ନୂଆଦିଲ୍ଲୀ, ୦୯/୦୬ : ୟୁକ୍ରେନର ଉତ୍ତର-ପୂର୍ବ ଖାରକିଭ ଅଞ୍ଚଳରେ ଆଜି ସକାଳେ ରୁଷ ଆଉ ଏକ ପ୍ରବଳ ବୋମାମାଡ଼ କରିଛି। ରୁଷର ଏହି ଆକ୍ରମଣରେ ଜଣେ ୨୨ ବର୍ଷୀୟା ମହିଳା ସମେତ ଚାରି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଖାରକିଭ ଗଭର୍ଣ୍ଣର ଓଲେଗ ସିନେଗୁବୋଭଙ୍କ ଅନୁଯାୟୀ, ରୁଷ ସେନା ଚୁଗୁଇଭ ସହରକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଆବାସିକ ଅଞ୍ଚଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ବହୁମହଲା ବିଶିଷ୍ଟ କୋଠାକୁ ପ୍ରବଳ କ୍ଷତି ହୋଇଥିଲା ଏବଂ ଅତି କମରେ ୧୮ଟି ଯାନବାହନ ଧ୍ୱଂସବିଦ୍ଧ ହୋଇଥିଲା। ଖାରକିଭ ଅଞ୍ଚଳର ରାଜ୍ୟପାଳ ଓଲେଗ ସିନେଗୁବୋଭ ଟେଲିଗ୍ରାମରେ ଲେଖିଛନ୍ତି, ଶତ୍ରୁ ଚୁଗୁଇଭ ସହର ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି।। ଖାରକିଭ ମେୟର ଇଗୋର ତେରେଖୋଭ କହିଛନ୍ତି ଯେ ତାଙ୍କ ସହରରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।