ଅଭିନେତା ସତୀଶ କୌଶିକଙ୍କ ପରଲୋକ

ମୁମ୍ବାଇ,୯/୩ : ପରଲୋକରେ ବରିଷ୍ଠ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । ୬୬ ବୟସରେ ସତୀଶ ନେଇଛନ୍ତି ଶେଷ ନିଶ୍ୱାସ । ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।୧୯୬୫ ଏପ୍ରିଲ ୧୩ରେ ସତୀଶ କୌଶିକଙ୍କ ହରିୟାଣାରେ ଜନ୍ମ ହୋଇଥିଲା। ବଲିଉଡ୍ ରେ ସୁଯୋଗ ପାଇବା ପୂର୍ବରୁ ସେ ଥିଏଟରରେ କାମ କରୁଥିଲେ। ୧୯୮୭ରେ ଫିଲ୍ମ ମିଷ୍ଟର ଇଣ୍ଡିଆରେ ତାଙ୍କୁ ବେଶ୍‌ ପରିଚୟ ମିଳିଥିଲା। ୧୯୯୭ରେ ଦିୱାନା ମସ୍ତାନାରେ ପପ୍ପୁ ପେଜର୍ ଭୂମିକାରେ ଅଭିନୟ କରିଥିଲେ ସତୀଶ କୌଶିକ। ପରେ ସତୀଶ କୌଶିକ ୧୯୯୦ରେ ରାମ ଲଖନ ଏବଂ ୧୯୯୭ରେ ସାଜନ୍ ଚଲେ ଶସୁରାଲ୍ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଥିଲେ। ସେ ଏକାଧାରାରେ ଅଭିନେତା, କମେଡିଆନ୍‌, ସ୍କ୍ରିପ୍ଟ ରାଇଟର, ନିର୍ଦ୍ଦେଶକ ଏବଂ ନିର୍ମାତା ଭାବେ ବେଶ୍‌ ଜଣାଶୁଣା । ସତୀଶଙ୍କ ଦେହାନ୍ତ ବଲିଉଡ୍‌ ପାଇଁ ଝଟ୍‌କା ବୋଲି ଫିଲ୍ମ ସମୀକ୍ଷକମାନେ କହିଛନ୍ତି ।