ଭୁବନେଶ୍ବର : ଗ୍ରୀଷ୍ମପ୍ରବାହ ଯୋଗୁଁ ଗତ ୧୨ ତାରିଖରୁ ବନ୍ଦ ଥିବା ରାଜ୍ୟର ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ସୋମବାରଠାରୁ ଖୋଲିଲା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ଗ୍ରୀଷ୍ମପ୍ରବାହକୁ ଦେଖି ସ୍ଥଳ ବିଶେଷରେ ଜିଲାପାଳମାନେ ସ୍ଥାନୀୟ ସ୍ତରରେ ସେମାନଙ୍କ ଜିଲାର ବିଦ୍ୟାଳୟ ଗୁଡ଼ିକର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଓ ନିଷ୍ପତ୍ତି ନେଇପାରିବେ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା
ଅନ୍ୟପକ୍ଷରେ ସମସ୍ତ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାପାଳମାନେ ସେମାନଙ୍କ ଜିଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ଆବଶ୍ୟକ ପଡ଼ିଲେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରିପାରିବେ।
