କଟକ, ୨୭/୩: କଡାକଡି ହେବ ସ୍କୁଲ ଛାତ୍ରଛାତ୍ରୀଙ୍କ ଗାଡି ଚଳାଇବା କଟକଣା । ନାବାଳକ-ନାବାଳିକା ଗାଡି ଚଳାଉଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଉଥିଲେ ୨୫ ହଜାର ଟଙ୍କା ଜରିମାନା ଦେବେ ।
କଟକଣା ଲାଗୁ ପାଇଁ ଅପ୍ରେଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏ ନେଇ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି ।
