ପୁରୀ ୧୭/୦୪: ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିବେ । ଏହି ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ମନା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୀତି ସରିବା ପରେ ଠାକୁରଙ୍କ ମହାସ୍ନାନ ବଢ଼ିଲେ ପୁନଃ ଦର୍ଶନ ଆରମ୍ଭ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିଲେ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ସାମୂହିକ ସେବା ସମ୍ପନ୍ନ କରିବେ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହେଉଥିବା ସେବାୟତମାନେ କହନ୍ତି ।
