ବେଙ୍ଗାଲୁରୁ,୩୦/୧ : କର୍ଣ୍ଣାଟକରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ କୈଳାସ ଖେର୍ଙ୍କ ଉପରେ ଆକ୍ରମଣ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନା ଅନୁସାରେ, କର୍ଣ୍ଣାଟକର ହାମ୍ପିରେ ଆୟୋଜିତ ଉକ୍ତ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ ଖେର୍ଙ୍କ ଉପରକୁ ବୋତଲ ଫିଙ୍ଗାଯାଇଥିଲା। ପୁଲିସ ତୁରନ୍ତ ବୋତଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା।
‘ତେରି ଦିୱାନୀ’ ଏବଂ ‘ଚାନ୍ଦ୍ ସିଫାରିଶ୍’ ଭଳି ଗୀତ ପାଇଁ ସୁଖ୍ୟାତି ଅର୍ଜନ କରିଥିବା କୈଳାସଙ୍କୁ କନ୍ନଡ଼ ଗୀତ ଗାଇବାକୁ କହି ଦୁଇଜଣ ବ୍ୟକ୍ତି ଗୋଟାଏ ପାଣି ବୋତଲ ଫିଙ୍ଗିଥିଲେ। କିନ୍ତୁ, ଘଟଣା ପରେ ଗାୟକ ଖେର୍ଙ୍କ ବିଷୟରେ ଏବେ କୌଣସି ସୂଚନା ଏବେ ହସ୍ତଗତ ହୋଇନାହିଁ।
