ସୋସିଆଲ ମିଡ଼ିଆ ର ବହୁଳ ବ୍ୟବହାର ଦିନକୁ ଦିନ ବଢୁଥିବାବେଳେ ଏହା ଆମସାମଜ ଉପରେ ଅନେକ ଭଲ ପ୍ରଭାବ ପକାଉଥିବା ବେଳେ ଅନେକ ଖରାପ ପ୍ରଭାବ ମଧ୍ୟ ପକାଉଛି । ହେଲେ ଏହି ଘଟଣାରେ ଏକ ବହୁତ ଭଲ ପ୍ରଭାବ ପକାଇଛି, ଯାହା ଆପଣ ପୁରା କାହାଣୀ ପଢିଲେ ହିଁ ଜାଣି ପାରିବେ । ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡ଼ିଆରେ ଜଣେ ନିଖୋଜ ବୃଦ୍ଧଙ୍କ ଭିଡ଼ିଓ ଭାଇରାଲ ହେବା ପରେ ସେ ଘରକୁ ଫେରିଛନ୍ତି। ବାୟକୁଲାରେ ବାସ କରୁଥିବା ୯୦ ବର୍ଷ ବୟସ୍କ ଭିକାଜୀ (ଜନୈକ ବୃଦ୍ଧବ୍ୟକ୍ତି) ଗତ ୪ ମାସ ଧରି ନିଖୋଜ ଥିଲେ। ତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଥିଲା। ତେବେ ସୋଲାପୁରର ଜଣେ ପୋଲିସ କନେଷ୍ଟବଳ ନାସିରୁଦ୍ଧିନ୍ ଶେଖ୍ ତାଙ୍କୁ ଖାଦ୍ୟ ଖାଇବାକୁ ଦେଉଥିବା ଭିଡ଼ିଓ ଭାଇରାଲ ହୋଇଥିଲା।
ଏହାକୁ ଶିବାଜୀ ପାର୍କ ଥାନାର ପୋଲିସ କର୍ମଚାରୀ ଅଶୋକ ଭୁଜବଳ ଦେଖି ଅନ୍ୟ ଥାନାକୁ ଜଣାଇଥିଲେ। ପରେ ଭିକାଜୀ ଘରକୁ ଫେରିଥିଲେ। ଭିଡ଼ିଓରେ ନାସିରୁଦ୍ଧିନ୍ଙ୍କ ବଦାନ୍ୟତା ପାଇଁ ତାଙ୍କୁ ସମ୍ମାନୀତ କରାଯାଇଛି । ତେବେ ଶେଷ ରେ କେବଳ ଗୋଟାଏ କଥା ସାମାଜିକ ବାତାବରଣକୁ ସୁହାଇଲା ଭଳି ଫୋଟୋ ଏବଂ ଭିଡ଼ିଓ ସେୟାର କଲେ ସମାଜ ରେ ଏକ ପରିବର୍ତନ ର ବାତାବରଣ ସୃଷ୍ଟି ହୋଇ ପାରନ୍ତା,କିନ୍ତୁ ତା ନ କରି କିଛି ଲୋକ ସୋସିଆଲ ମିଡ଼ିଆ କୁ ଖରାପ ଦିଗରେ ନେଇ ଯାଉଛନ୍ତି । ଏସବୁ ରୁ ବିରତ ରହି ଏହି ମାଧ୍ୟମ କୁ ସମାଜ କଲ୍ୟାଣ ରେ ଲଗାଇଲେ ଜନ ମାନସରେ ଏକ ସୁନ୍ଦର ବାତାବରଣ ସୃଷ୍ଟି ହେବ ।
Prev Post