ଭୁବନେଶ୍ବର ୩୧/୦୩ : ଏପ୍ରିଲ ପହିଲା ତଥା ଉତ୍କଳ ଦିବସରେ ରାଜ୍ୟସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯିବ। କୃଷି ବିଭାଗ ପକ୍ଷରୁ ଆସିଥିବା ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ପହିଲାରେ ଏ ସମ୍ପର୍କରେ ଘୋଷଣା କରିବେ । ତେବେ କାଳିଆ ଯୋଜନାର ଆଉ ଏକ କିସ୍ତିର ସହାୟତା ରାଶି ପ୍ରଦାନ କରାଯିବ ବୋଲି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।