ନୂଆଦିଲ୍ଲୀ : କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ସାଂସଦମାନଙ୍କ ପାଇଁ ସ୍ବତନ୍ତ୍ର ‘ମିଲେଟ୍ ଓନ୍ଲି’ ଲଞ୍ଚ୍ର ବ୍ୟବସ୍ଥା କରିଛନ୍ତି। ‘ମିଲେଟ୍ ବର୍ଷ’ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଆଜି ସାଂସଦମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ମିଲେଟ୍ ତଥା ବାଜରା ଜାତୀୟ ଖାଦ୍ୟକୁ ମଧ୍ୟାହ୍ନ ଭୋଜନରେ ରଖିଛନ୍ତି। ସଂସଦ ଭବନ ପରିସରରେ ଏହି ‘ମିଲେଟ୍ ଓନ୍ଲି’ ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଂଶଗ୍ରହଣ କରିବେ। ରାଗି ଇଡ୍ଲି, ରାଗି ଦୋସା ଆଦି ପ୍ରସ୍ତୁତ କରିବାପାଇଁ କର୍ଣ୍ଣାଟକରୁ ସ୍ବତନ୍ତ୍ର ସେଫ୍ ଆସିବେ। ମିଲେଟ୍ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସାଂସଦମାନଙ୍କୁ ରାଗି ଏବଂ ଜଅରୁ ପ୍ରସ୍ତୁତ ରୋଟି ଖାଇବାକୁ ଦିଆଯିବ।
