କୁସ୍ତାୱର ଷ୍ଟେସନରେ ଜନଆନ୍ଦୋଳନ : ୧୨ ତାରିଖ ପର୍ଯ୍ୟନ୍ତ ଟ୍ରେନ୍‌ ବାତିଲ୍‌

0

ଭୁବନେଶ୍ବର : ଖଡଗପୁର ରେଳମଣ୍ଡଳର ଖଡଗପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନ ଓ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଜନଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା ୧୨ଟି ଟ୍ରେନ୍‌ ୮ ତାରିଖ ପାଇଁ ବାତିଲ୍‌ ହୋଇଛି।

ସେଗୁଡ଼ିକ ହେଲା ଭିଲ୍ଲୁପୁରମ୍‌-ପୁରୁଲିଆ ଏକ୍ସପ୍ରେସ୍‌(୨୨୬୦୬), ତମ୍ବାରାମ୍‌-ଯଶିଢ଼ିହି ଏକ୍ସପ୍ରେସ୍‌(୧୨୩୭୫), ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌(୧୨୮୦୧), ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌(୧୨୮୦୨), ଟିଟିଲାଗଡ଼-ହାୱଡା ଇସ୍ପାତ୍‌ ଏକ୍ସପ୍ରେସ୍‌(୧୨୮୭୧), ହାୱଡା-କଣ୍ଟାବାଂଝି ଇସ୍ପାତ୍‌ ଏକ୍ସପ୍ରେସ୍‌(୨୨୮୬୨), ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ୍‌(୧୮୦୦୬), ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍‌(୧୮୦୦୫), ନୂଆଦିଲ୍ଲୀ-ପୁରୀ ରାଜଧାନୀ ଏକ୍ସପ୍ରେସ୍‌(୨୨୮୨୪), ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌(୨୦୮୧୭) ଏବଂ ଅଲ୍ଲିପି-ଧାନବାଦ ଏକ୍ସପ୍ରେସ୍‌(୧୩୩୫୨)। ଏହାବ୍ୟତୀତ ଆସନ୍ତା ୯ ତାରିଖ ପାଇଁ ମୁମ୍ବାଇ ଏଲ୍‌ଟିଟି-ପୁରୀ ଏକ୍ସପ୍ରେସ୍‌(୧୨୧୪୫), ୧୧ ତାରିଖରେ ପୁରୀ-ଏଲ୍‌ଟିଟି ଏକ୍ସପ୍ରେସ୍‌(୧୨୧୪୬), ୧୦ ତାରିଖରେ ନ୍ୟୁ ତିନ୍‌ସୁକିଆ-ତମ୍ବାରାମ୍‌ ଏକ୍ସପ୍ରେସ୍‌(୧୫୯୩୦), ୭ ତାରିଖରେ ସିଲଘାଟ ଟାଉନ୍‌-ତମ୍ବାରାମ୍‌ ଏକ୍ସପ୍ରେସ୍‌(୧୫୬୩୦), ୧୦ ତାରିଖରେ ତମ୍ବାରାମ୍‌-ସିଲଘାଟ ଏକ୍ସପ୍ରେସ୍‌(୧୫୬୨୯) ବାତିଲ୍‌ ହୋଇଛି। ୮ ତାରିଖରେ ପୁରୀ-ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌(୧୮୪୭୭/୧୮୪୭୮) ଉଭୟ ପାର୍ଶ୍ବରୁ ସମ୍ବଲପୁର ସିଟି-ଝାରସୁଗୁଡ଼ା ରୋଡ-ଆଇବି ଷ୍ଟେସନ ଦେଇ ଚଳାଚଳ କରିବ ବୋଲି ପୂର୍ବତଟ ରେଳପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

SBI AD
Leave A Reply

Your email address will not be published.