ପଦାହେଲାଣି ବାଲୁଖଣ୍ଡ ଅଭୟାରଣ୍ୟ : ୫ ବର୍ଷ ପରେ ବି ‘ଫନି’ ଆଳରେ ଚାଲିଛି ଗଛକଟା

0

ପୁରୀ: ୫ ବର୍ଷ ବିତିବାକୁ ବସିଲାଣି ବାତ୍ୟା ‘ଫନି । ତଥାପି ବନବିଭାଗ ପକ୍ଷରୁ ପୁରୀ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟରୁ ‘ଫନି’ ଆଳରେ ଏବେ ବି ଅବାଧ ଗଛ କଟା ଚାଲିଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାରେ ଏଭଳି ହଜାର ହଜାର ଗଛ କାଟି ଜଙ୍ଗଲ ସବୁକୁ ପଦା କରି ଦିଆଗଲାଣି। ଏଥିପାଇଁ ଗଛ ସବୁ ନମ୍ବରିଂ ହେବା କଥା। କାଁ ଭାଁ ଗଛ ନମ୍ବରିଂ ହୋଇଥିବା ବେଳେ ଅଧିକାଂଶ ଗଛ ନମ୍ବରିଂ ହୋଇନି। ନମ୍ବରିଂ ହୋଇନଥିବା ଗଛ ଭିତରେ ଛୋଟ ସହ ବହୁ ବଡ଼ ବଡ଼ ଆକାଶିଆ, ପଟାସ, ଝାଉଁ ଆଦି ଗଛ ରହିଛି। ସେପଟେ ଅନେକ ଭଲ ଗଛକୁ ବି କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ବନ ବିଭାଗ ‘ଫନି’ରେ ଭାଙ୍ଗିଥିବା କେତେ ଗଛ କାଟିଲାଣି, ତାକୁ ସାର୍ବଜନୀନ କରିବାକୁ ଦାବି ହୋଇଛି।

୨୦୧୯ ମସିହା ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ବାଲୁଖଣ୍ଡ ଅଭୟାରଣ୍ୟର ଲକ୍ଷ ଲକ୍ଷ ଗଛ ଉପୁଡ଼ି ପଡ଼ିଥିଲା। ୪ ବର୍ଷ ପରେ ବି ଫନି ଆଳରେ ଏହି ଗଛ କଟା ଜାରି ରହିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି । ପୁରୀରୁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ବିସ୍ତୃତ ଜଙ୍ଗଲରେ ଏବେ ବଡ଼ ବଡ଼ ଗଛ ସହ ଛୋଟ ଗଛ ବି ସବୁ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି। ଏବେ ବି ଗଛ କଟା ଜାରି ରହିଛି।

SBI AD
Leave A Reply

Your email address will not be published.