ଭିଜିଲାନ୍ସ ହାତରେ ଧରାପଡ଼ିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ : ୧୧.୯୨ ଲକ୍ଷ ଟଙ୍କା ଜବତ

0

ଭୁବନେଶ୍ୱର : ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ କରାଯାଉଥିବା ଜଣାଯାଇଛି । ତାଙ୍କର ଭଦ୍ରକ ଓ ହିନ୍ଦୋଳ ଘରୁ ନଗଦ ୧୧.୯୨ ଲକ୍ଷ ଟଙ୍କା ମିଳିଛି।

ଗତ ଦୁଇ ମାସ ତଳେ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣାକ୍ରମେ ବିଦ୍ୟାଳୟର ଜଣେ ଛାତ୍ର ବିଦ୍ୟାଳୟ ସମୟରେ ବାହାରକୁ ଶୌଚ ହେବାକୁ ଯାଇଥିଲା। ଏହି ସମୟରେ ଏକ ଖୋଳା ହୋଇଥିବା ନୂଆ କୂଅରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବୈତ ସାମଲଙ୍କୁ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ ତାଙ୍କୁ ନିଲମ୍ବିତ କରିଥିଲେ। ପରେ ତାଙ୍କଠାରୁ ବିଭିନ୍ନ ସମୟରେ ପଇସା ନେଉଥିଲେ। ଏଥିସହ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

ଶିକ୍ଷାଧିକାରୀ କୁକୁଟା ଛକରେ ରହୁଥିବା ଭଡ଼ାଘରେ ଶିକ୍ଷକ ଅଦ୍ବୈତ ସାମଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଦଶ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଏକ ସମୟରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକଙ୍କ ଭଡ଼ା ଘର ସମେତ କାର୍ଯ୍ୟାଳୟ ଓ ଭଦ୍ରକ ବାସଭବନରେ ଚଢ଼ଉ ଜାରି ରହିଛି।

SBI AD
Leave A Reply

Your email address will not be published.