ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ଚିତ୍ରକୋଣ୍ଡା ପୁଲିସ

0

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାରୁ ଚୋରା ଚାଲାଣ ପାଇଁ ଜଙ୍ଗଲରେ ଗଚ୍ଛିତ ରଖାଯାଇଥିବା ୨କୋଟି ୫୦ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ । ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତର ଭାଲୁଗୁଡ଼ା ଜଙ୍ଗଲରେ ବ୍ୟାପକ ପରିମାଣର ଗଞ୍ଜେଇ ଚୋରାଚାଲାଣ ପାଇଁ ରଖାଯାଇଥିବା ନେଇ ଚିତ୍ରକୋଣ୍ଡା ପୁଲିସ ଖବର ପାଇଥିଲା। ପରେ ଥାନା ଅଧିକାରୀ ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ଉ କରିଥିଲେ। ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଚାଲାଣକାରୀମାନ ଚମ୍ପଟ ମାରିଥିଲେ। ପରେ ପୁଲିସ ୨୫୦୦ କିଲୋ ଓଜନର ଗଞ୍ଜେଇ ଜବତ କରିଥିଲା, ଏହାର ଆନୁମାନିକ ମୂଲ୍ୟ ୨କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

SBI AD
Leave A Reply

Your email address will not be published.