ବଲିଉଡ ଅଭିନେତ୍ରୀ ସନୀ ଲିଓନଙ୍କ ନାଁରେ ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, କେରଳ ପୋଲିସର ପଚରାଉଚରା ଜାରି

ନୂଆଦିଲ୍ଲୀ, ୭/୨ : ବଲିଉଡ ଅଭିନେତ୍ରୀ ସନୀ ଲିଓନଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି । ସନୀ ବର୍ତ୍ତମାନ କେରଳରେ ଛୁଟି କାଟୁଛନ୍ତି । ଏହାରି ମଧ୍ୟରେ କେରଳ କ୍ରାଇମ ବ୍ରାଂଚ ଠକେଇ ମାମଲାରେ ଦୀର୍ଘ ସମୟ ଧରି ପଚରାଉଚରା କରିଛି ।

ସୂଚନା ଅନୁଯାୟୀ, ପେରୁ ମବରୁମ ନିବାସୀ ଆର ଶ୍ରେୟସ ନାମରେ ଜଣେ ବ୍ୟକ୍ତି ସନୀ ଲିଓନଙ୍କ ବିରୋଧରେ ୨୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି । ଶ୍ରେୟସଙ୍କ ଅଭିଯୋଗ ଯେ, ସନୀ ଲିଓନ ଏହି ରାଶି ୨ଟି କାର୍ଯ୍ୟକ୍ରମ ପାଇଁ ନେଇଥିଲେ । କିନ୍ତୁ ସେ କାର୍ଯ୍ୟକ୍ରମକୁ ଆସିବା ପାଇଁ ମନା କରିଦେଇଥିଲେ । ଏହି ମାମଲାରେ କେରଳ ପୋଲିସ ଅଭିନେତ୍ରୀଙ୍କୁ ଶୁକ୍ରବାର ରାତି ପଚରାଉଚରା କରିବାକୁ ଡାକିଥିଲା ।

ଗଣମାଧ୍ୟମର ରିପୋର୍ଟକୁ ଯଦି ଧରାଯିବ, ତାହେଲେ କାର୍ଯ୍ୟକ୍ରମରେ ଭାଗ ନନେବାର କାରଣ କହିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, ସେ କରୋନା ଭାଇରସ ମହାମାରୀ କାରଣରୁ କାର୍ଯ୍ୟକ୍ରମକୁ ଆସିପାରି ନଥିଲେ । ଏଥି ସହିତ ସେ କହିଛନ୍ତି ଯେ, ଆୟୋଜକମାନେ ୫ ଥର କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ । କ୍ରାଇମବ୍ରାଂଚ ଅଧିକାରୀ କହିଛନ୍ତି ଯେ, ଯଦି ସଂୟୋଜକ କାର୍ଯ୍ୟକ୍ରମକୁ କୌଣସି ଅନ୍ୟ ଦିନରେ ଆୟୋଜନ କରନ୍ତି, ତାହେଲେ ଆସିବାକୁ ପ୍ରସ୍ତୁତ କି ନାହିଁ, ସେନେଇ ଉଭୟ ଅଭିଯୋଗକାରୀ ଓ ସନୀ ଲିଓନଙ୍କୁ ପଚରାଯିବ ।

Comments are closed.