ଲୁଟେରା ଯୁବକକୁ ଉତ୍ତମ ମଧ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ନାଲକୋ ଛକରେ ମେଡିସିନି କିଣିବା ପାଇଁ ଜଣେ ମହିଳା ଛିଡା ହୋଇଥିଲା । ଠିକ ଏତିକି ବେଳେ ଜଣେ ଯୁବକ ଆସି ମହିଳାଙ୍କ ବେକରୁ ଚେନ ଛିଡାଇ ପଳାଇ ଯାଉଥିବାବେଳେ ଧରାପଡ଼ି ଯାଇଥିଲେ ।

ସୂଚନାଥାଉ କି, ମହିଳା ଜଣକ ସୋମବାର ଦିନ ମେଡିସିନ କିଣିବା ପାଇଁ ଛିଡା ହୋଇଥିଲେ । ଏହି ସମୟରେ ଜଣେ ଯୁବକ ଆସି ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇ ସହଯୋଗୀଙ୍କ ବାଇକରେ ଫେରାର ହେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଠିକ ଏତିକି ବେଳେ ବାଇକ ଷ୍ଟାଟ ହୋଇନଥିଲା । ଫଳରେ ଲୁଟେରା ଜଣକ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ଏହାପରେ ଲୁଟର ଶିକାର ହୋଇଥିବା ମହିଳା ଜଣକ ପାଟି କରିଥିଲେ ।

ସ୍ଥାନୀୟ ଲୋକେ ମହିଳାଙ୍କ ପାଟି ଶୁଣି ଦୌଡି ଆସିବା ସହ ଲୁଟେରାକୁ କାବୁ କରିଥିଲେ । ଏହାପରେ ଲୁଟେରାକୁ ସ୍ଥାନୀୟ ଲୋକେ ଏକ ଗଛରେ ବାନ୍ଧି ମାଡ ମାରିବ ସହ ପୁଲିସ ଖବର ଦେଇଥିଲେ ।

Comments are closed.