ଚଳିତ ବର୍ଷ ହେବ ନାହିଁ ରଥଯାତ୍ରା, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ

ପୁରୀ, ୧୮/୬: ଚଳିତ ବର୍ଷ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାମାରୀ କରୋନା କାରଣରୁ ଚଳିତବର୍ଷ ରଥଯାତ୍ରାକୁ ରଦ୍ଧ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ମହାମାରୀ ସମୟରେ ଏହି ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ଜନସ୍ୱାସ୍ଥ୍ୟ ଏବଂ ଦେଶର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଆଦେଶ ପାସ କରାଯାଇଛି ବୋଲି କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି CJI ଏସ ଏ ବୋବଡେ କହିଛନ୍ତିି, ଯଦି ଏହି ସମୟରେ ଅନୁମତି ଦେବୁ ତାହେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ।.