ବିଜୟ ସରକାର ବଜେଟ ୨୦୨୬-୨୭ : ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ

ନୂଆଦିଲ୍ଲୀ, ୦୫/୦୮ : ତାମିଲନାଡୁର ବିଜୟ ସରକାର ବଜେଟ ୨୦୨୬-୨୭ରେ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ବଜେଟରେ ବ୍ରଦର୍ସ ଗିଫ୍ଟ ସ୍କିମ ଅଧିନରେ ମହିଳାଙ୍କୁ ୮ ଗ୍ରାମର ସୁନାର କଏକ ଏବଂ ସିଲ୍କ ଶାଢି ଯୋଜନା ପାଇଁ ୮୧୨ କୋଟି ଟଙ୍କାର ପ୍ରସ୍ତାବ ଆଗତ କରିଛନ୍ତି । ଏହାକୁ ଝିଅ ବିବାହ ସମୟରେ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ତାଙ୍କ ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଉପହାର ଦେବାକୁ ଘୋଷଣା କରିଥିଲେ । ଏବେ ବଜେଟରେ ଏନେଇ ଘୋଷଣା କରାଯାଇଛି । ବିଧାନସଭାରେ ଟିଭିକେ ସରକାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି । ଆଜି ତାମିଲନାଡୁ ଅର୍ଥମନ୍ତ୍ରୀ ଏନ. ମେରୀ ୱିଲସନ୍ ବିଧାନସଭାରେ ଟିଭିକେ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ରାଜ୍ୟକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଟେଣ୍ଡରରେ କିଛି ଦଳ ଏବଂ ବ୍ୟକ୍ତିବିଶେଷ ପାଇଥିବା କଟ ବା କମିସନକୁ ବନ୍ଦ କରିଥିବାରୁ ୱିଲସନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ୱିଲସନ କହିଛନ୍ତି ଯେ, ପ୍ରଥମ ଥର ହଜ୍ ଯାତ୍ରୀଙ୍କ ପାଇଁ ସବସିଡି ୨୫ ହଜାର ଟଙ୍କାରୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ତାମିଲନାଡୁକୁ ଅନ୍ତର୍ଜାତୀୟ କ୍ରୀଡାରେ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୦ଟି ଅଲିମ୍ପିକ୍ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ୫.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।