ଏଭଳି ସ୍ୱାମୀ କାହାକୁ ନମିଳୁ ! ସ୍ତ୍ରୀକୁ ମାରି ୧୨ ଖଣ୍ଡ କରି ଫିଙ୍ଗିଲା ସ୍ୱାମୀ

0

ରାଞ୍ଚି : ରାଜଧାନୀ ଦିଲ୍ଲୀରଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପରେ ଦେଶର ବିଭିନ୍ନ ସ୍ଥାନରେ ସେହି ଧରଣର ହତ୍ୟାକାଣ୍ଡ ଜାରି ରହିଛି । ଶ୍ରଦ୍ଧା ହତ୍ୟା ଘଟଣା ପରେ ପରେ ଦେଶର ବିଭିନ୍ନ ସ୍ଥାନରେ ମୃତଦେହ କାଟି ଫିଙ୍ଗିବା ଭଳି ଅଭାବନୀୟ ଘଟଣା ଘଟି ଚାଲିଛି । ଏହି କ୍ରମରେ ପତ୍ନୀକୁ ହତ୍ୟା ପରେ ୧୨ ଖଣ୍ଡ କରି ଫିଙ୍ଗି ଦେଇଛି ସ୍ୱାମୀ । ଏଭଳି ଏକ ହୃଦୟ ବିଦାରଣ ଓ ଲୋମଟାଙ୍କୁରା ଘଟଣା ଘଟିଛି ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲ୍ଲା ବୋରିଆରେ ।

ଦିଲଦାର ଆନସାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ୨୨ ବର୍ଷର ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଇଲେକ୍ଟ୍ରି କଟରରେ ୧୨ ଖଣ୍ଡ କରି କାଟିବା ପରେ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛି । ଏହି ଘଟଣାରେ ଦିଲଦାରକୁ ପୋଲିସ ଗିରଫ କରିଛି । କୁହାଯାଉଛି ହତ୍ୟାର ଶିକାର ହୋଇଥିବା ଯୁବତୀ ତାଙ୍କର ଦ୍ୱିତୀୟ ପତ୍ନୀ ଥିଲେ । ପ୍ରେମ ବିବାହ କରିବା ପରେ ଦୁଇ ବର୍ଷ ହେବ ସେମାନେ ଏକାଠି ରହୁଥିଲେ ।

ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବା ସହ ଝଗଡ଼ା ଲାଗି ରହୁଥିଲା । ଏହାର କିଛିଦିନ ପରେ ପତ୍ନୀ ନିଖୋଜ ହୋଇ ଯାଇଥିଲେ । ଏନେଇ ଯୁବତୀଙ୍କ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଶନିବାର ସନ୍ଧ୍ୟାରେ ଏକ ଟୋଲଗେଟ୍ ନିକଟସ୍ଥ ଏକ ଘର ଓ ତାର ଆଖପାଖ ଅଞ୍ଚଳରୁ ମୃତକଙ୍କ ୧୨ ଖଣ୍ଡ ଅଂଶ ଜବତ କରିଛନ୍ତି । ତେବେ ମହିଳାଙ୍କ ବେକର ଉପର ଭାଗ ଅଂଶ ଓ ମୁଣ୍ଡ ମିଳିନଥିବାରୁ ପୋଲିସ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଦିଲଦାରକୁ ପୋଲିସ ପଚରାଉଚରା ଚଳାଇଛି ।

SBI AD
Leave A Reply

Your email address will not be published.