ମାର୍ଚ୍ଚ ୫ରୁ ରଙ୍ଗେଇଲୁଣ୍ଡାରୁ ‘ଇଣ୍ଡିଆ ୱାନ୍‌ ଏୟାର’ ଚଳାଇବ ୯ସିଟ୍‌ ବିଶିଷ୍ଟ ବିମାନ

0

ଗୋପାଳପୁର,୪/୩ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ଅବସରରେ ରଙ୍ଗେଇଲୁଣ୍ଡା ବିମାନ ଘାଟିରୁ ବିମାନ ଉଡ଼ିବା ନେଇ ସମସ୍ତ ପ୍ରସ୍ତୁତି ସରିଛି। ହାତରେ ମାତ୍ର ୪୮ ଘଣ୍ଟା ସମୟ ଥିବାବେଳେ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଓ ମୁଖ୍ୟଯନ୍ତ୍ରୀ (ରାସ୍ତା) ତାରାପ୍ରସାଦ ମିଶ୍ର ରଙ୍ଗେଇଲୁଣ୍ଡା ବିମାନଘାଟିର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ବିମାନ ଘାଟି ଟର୍ମିନାଲ୍‌ କାମ, ରନ୍‌ୱେର ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ଦିଗକୁ ଅଧିକ ଗୁରୁତ୍ବ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ପାଢ଼ୀ କହିଥିଲେ, କେନ୍ଦ୍ର ସରକାରଙ୍କ ଉଡ଼ାନ୍‌ ଯୋଜନାରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ସାମିଲ୍‌ କରାଯାଇଛି। ଏଠାରୁ ପ୍ରଥମ ପର୍ଯ୍ୟାୟ (ଫେଜ୍‌-୧)ରେ ବିମାନ ଚଳାଚଳ କରିବ। ଆଗାମୀଦିନରେ ବିମାନ ଘାଟିର ସଂପ୍ରସାରଣ ସାଙ୍ଗକୁ ଫେଜ୍‌-୨ ଓ ଫେଜ-୩ ପର୍ଯ୍ୟାୟରେ ବିମାନ ଚଳାଚଳକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ। ଆହୁରି ମଧ୍ୟ କହିଥିଲେ, ୫ ତାରିଖରୁ ବିମାନ ଚଳାଚଳ ନେଇ ପ୍ରାୟତଃ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ବେଳେ କେବେଠାରୁ ବିମାନ ଚଳାଚଳ କରିବ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ତେବେ, ଏଠାରୁ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ତୁରନ୍ତ ଆରମ୍ଭ ହେବ ବୋଲି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍‌ କହିଛନ୍ତି।

SBI AD
Leave A Reply

Your email address will not be published.