ରୋଗୀଙ୍କୁ ଆଶ୍ଵସ୍ତି: ୧୨୭ଟି ମେଡିସନର କମିବ ଦାମ୍ କମିବ, NPPA ନେଲା ବଡ଼ ନିଷ୍ପତ୍ତି!

0

ନୂଆଦିଲ୍ଲୀ: ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ମେଡିସିନର ଦାମ୍ ହ୍ରାସ ପାଇବାର ସମ୍ଭାବନା ରହିଛି । ଦେଶରେ ମେଡିସିନଗୁଡ଼ିକର ଦାମ୍ ସ୍ଥିର କରୁଥିବା ସଂସ୍ଥା ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି । ଏପିପିଏ ୧୨୭ଟି ମେଡିସିନର ଦାମ୍ ହ୍ରାସ କରିଛି । କମ୍ ଦାମ ଥାଇ ପ୍ରିଣ୍ଟିଂ ହୋଇଥିବା ମେଡିସିନଗୁଡ଼ିକ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ମାର୍କେଟରେ ଉପଲବ୍ଧ ହେବ ।

ତେବେ କେଉଁ ମେଡିସିନର ଦାମ୍ କେତେ ହ୍ରାସ ପାଇଛି ତାହା ସମସ୍ତଙ୍କ ପାଇଁ ଜାଣିବା ନିହାତି ଜରୁରୀ । ଏମୋକ୍ସିସିଲିନ ଓ ପୋଟାସିୟମ କ୍ଲାଭୁଲାନେଟ ପରି ଆଣ୍ଟିବାୟୋଟିକ ମେଡିସନକୁ ଜନସାଧାରଣ ବହୁଳ ଭାବେ ବ୍ୟବହାର କରିଥାନ୍ତି । ଏହାର ଗୋଟିଏ ଗୋଲିର ମୂଲ୍ୟ ୬ ଟଙ୍କା ହ୍ରାସ ହୋଇପାରେ । ସେହିପରି ଅନ୍ୟ ଆଣ୍ଟିବାୟୋଟିକ ମୋକ୍ସିଫ୍ଲୋଜାସିନ ୪୦୦ ଏମଜିର ଗୋଟିଏ ଟାବଲେଟର ମୂଲ୍ୟ ୩୧ ଟଙ୍କାର ହ୍ରାସ ପାଇ ୨୧ ଟଙ୍କା ହୋଇପାରେ ।

ପାରାସିଟାମଲ ୬୫୦ ଏମଜିର ଗୋଟିଏ ଟାବଲେଟର ମୂଲ୍ୟ ୨.୩ ଟଙ୍କାରୁ ୧.୮ ଟଙ୍କା, ଏମୋକ୍ସିସିଲିନ କମ୍ବୋର ଗୋଟିଏ ଟାବଲେଟର ମୂଲ୍ୟ ୨୨ ଟଙ୍କାରୁ ୧୬ ଟଙ୍କା, ମୋକ୍ସିଫ୍ଲୋଜାସିନର ୪୦୦ ଏମଜିର ଗୋଟିଏ ଟାବଲେଟର ମୂଲ୍ୟ ୩୧ ଟଙ୍କାରୁ ୨୧ ଟଙ୍କାକୁ ହ୍ରାସ ପାଇପାରେ ।

ତେବେ ଏହି ଆଶ୍ୱସ୍ତିକର ଖବର ଖୁବଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିଯିବ । ଏଥିସହିତ ପୁଣି ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଉଛି । ଦେଶରେ ମେଡିସିନର ଦାମ୍ ନିର୍ଦ୍ଧାରଣ ନେଇ ଲାଗୁ ହେଉଥିବା ଫର୍ମୂଲାକୁ ବଦଳାଇବା ନେଇ ବିଚାର କରାଯାଉଛି । ଦେଶରେ ଚାରିଟି ସଂସ୍ଥାଙ୍କୁ ଏ ବାବଦରେ ରିସର୍ଚ୍ଚ କରିବାକୁ ଦାୟିତ୍ୱ ଦିଆଯାଇଛି । ଯେଉଁ ଔଷଧଗୁଡ଼ିକ ପ୍ରାଇସ କଣ୍ଟ୍ରୋଲ ପ୍ରୋଗ୍ରାମ ଅଧିନରେ ଆସୁନାହିଁ, ସେଗୁଡ଼ିକର ଦାମ୍ ଉପରେ ସରକାଙ୍କର କୌଣସି କଣ୍ଟ୍ରୋଲ ନାହିଁ । ଏହି ଔଷଧଗୁଡ଼ିକର ଦାମ୍ ବର୍ଷକ ମଧ୍ୟରେ ୧୦ ପ୍ରତିଶତରୁ ଅଧିକ ବଢ଼ି ପାରିନଥାଏ ।

SBI AD
Leave A Reply

Your email address will not be published.