ପୁଣି ବଦଳିଲା ନିୟମ: ଏଣିକି ହକି ପରେ ଯାଞ୍ଚ ହେବ HSRP ନମ୍ବର ପ୍ଲେଟ

0

ଭୁବନେଶ୍ୱର: ବିଶ୍ୱ ହକି ପାଇଁ କଟକ ଦୁଲୁକୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ହକି ପରେ ଯାଞ୍ଚ ହେବ ଏଚଏସଆରପି ନମ୍ବର । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ବଡ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି । ୮୦ ପ୍ରତିଶତ ଲୋକ ଲଗାଇ ସାରିଲେଣି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଯେଉଁମାନେ ହାଇସିକ୍ୟୁରିଟି ନମ୍ବର ଲଗାଇନଥିବେ ସେମାନେ ଗଣିବେ ତଣ୍ଡ । ୫ ହଜାରରୁ ୧୦ ହଜାର ଯାଏଁ କଟିବ ଚାଲାଣ ।

ତେବେ ଆସନ୍ତା କାଲି ସୂଚନା ମିଳିଥିଲା ଯେ ଆସନ୍ତା୧୫ ଜାନୁୟାରୀ ଠାରୁ କଡା କଡି ଚେକିଙ୍ଗ ହେବ । ଏହା ସହିତ ଚାଲଣ ମଧ୍ୟ କଟିବ । କିନ୍ତୁ ଏବେ ନୂଆ ଅପଡେଟ ଆସିଛି । ସାରା ରାଜ୍ୟ ଏବେ ହକି ପାଇଁ ଉତ୍ସବ ମୁଖର ଥିବାରୁ ଏହି ଚେକିଙ୍ଗ ଉପରେ ଏବେ ଟିକେ ରୋକ ଲଗାଯାଇଛି ।

ସୂଚନାମୁତାବକ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଚାଲାଣ କଟିବ ବୋଲି ଗତ କାଲି ସୂଚନା ମିଳିଥିଲା । ଜାନୁଆରୀ ୩୧ରେ ଶେଷ ନମ୍ବର ୭ ଏବଂ ୮ର ମଧ୍ୟ ସମୟସୀମା ଶେଷ ହେଉଛି। ସେହିପରି ଫେବୃଆରୀ ୨୮ରେ ଶେଷ ନମ୍ବର ୯ ଓ ୦ର ଅବଧୀ ଶେଷ ହେଉଛି । ପ୍ରାୟ ଦୁଇଥର ନମ୍ବର ପ୍ଲେଟ୍ ବଦଳାଇବାକୁ ସମୟସୀମା ଘୁଞ୍ଚାଇବା ପରେ ଏବେ ରାଜ୍ୟ ପରିବହନ ବିଭାଗ ଚାଲାଣ କାଟିବେ ବୋଲି କହିଥିଲେ । କିନ୍ତୁ ଏବେ ଏଥିରେ ରୋକ ଲାଗିଛି ।

SBI AD
Leave A Reply

Your email address will not be published.