ଡାକ୍ତରଖାନାରେ ଶିଶୁକନ୍ୟାକୁ ଛାଡ଼ି ମହିଳା ଫେରାର

0

ନୟାଗଡ଼, ୨୯/୩ : ମେଡ଼ିକାଲ୍‌ ବେଡ୍‌ରେ ଶିଶୁକନ୍ୟାକୁ ଛାଡ଼ି ଅଜଣା ମହିଳା ଫେରାର୍‌। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଓ ଶିଶୁ ଭବନରେ ବୁଧବାର ଅପରାହ୍ଣରେ ଏଭଳି ଏକ ଘଟଣା ଘଟିଛି। ଶିଶୁକନ୍ୟାଟି 4/5 ଦିନର ହେବ ଏବଂ ଶିଶୁଟି ନୟାଗଡ଼ ମେଡିକାଲ୍‌ରେ ଜନ୍ମ ହୋଇନଥିବା ଏଡିଏମ୍‌ଓ କହିଛନ୍ତି।

ଖବର ଅନୁସାରେ, ବୁଧବାର ଅପରାହ୍ଣରେ ଜଣେ ମହିଳା ଶିଶୁକନ୍ୟାକୁ ଆଣି ମେଡିକାଲ୍‌ ବେଡ୍‌ରେ ରଖି ସେଠାରେ କିଛି ସମୟ ପାଇଁ ରହିଥିଲେ। ଏପରିକି ଶିଶୁଟିକୁ ମହିଳାଜଣଙ୍କ ଖିର ପିଆଇଥିବା ପାଖ ବେଡ୍‌ରେ ଥିବା ମହିଳା କହିଛନ୍ତି। କିଛି ସମୟ ପରେ ପାଖ ବେଡ୍‌ରେ ଥିବା ମହିଳାଙ୍କୁ ଛୁଆଟିକୁ ଜଗିଥାଅ ମୁ ଆସୁଛି କହି ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି।

ଶିଶୁଟି କାନ୍ଦିବା ପରେ ମହିଳାଙ୍କୁ ଖୋଜା ପଡ଼ିବା ପରେ ଏହି ଘଟଣା ଜଣାପଡିଥିଲା। ଏଡିଏମ୍‌ଓ ଏନେଇ ପୋଲିସ ଏବଂ ଚାଇଲ୍ଡ୍‌ଲାଇନ୍‌କୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି। ମେଡିକାଲ୍‌ ସିସିଟିଭିରୁ ମହିଳାଙ୍କ ସମ୍ପର୍କରେ କିଛି ଜଣାପଡୁନାହିଁ ତେବେ ଅଧିକ ଅନୁସନ୍ଧାନ ପରେ ସବୁ ଜଣାପଡିବ ବୋଲି ଏଡିଏମ୍‌ ଓ କହିଛନ୍ତି। ଶିଶୁଟି ଏବେ ସୁସ୍ଥ ଅଛି ଏବଂ ତାକୁ ଏସ୍‌ଏନ୍‌ସିୟୁ ରେ ରଖାଯାଇଛି। ତେବେ ଏପରି ଘଟଣା ପରେ ପରେ ମେଡିକାଲ୍‌ର ସୂରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

SBI AD
Leave A Reply

Your email address will not be published.