ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାରେ ମା’ ଲକ୍ଷ୍ମୀ ଓ କୁବେର ଦେବଙ୍କର ସ୍ବତନ୍ତ୍ର ପୂଜା କରାଯାଏ । ଏହି ତିଥିରେ କରାଯାଇଥିବା ସମସ୍ତ ଶୁଭ କର୍ମର ଶୁଭ ଫଳ ମିଳିଥାଏ । ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା ଦିନ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ମଧ୍ୟରୁ କିଛି ରାଶି ଏମିତି ଅଛି, ଯାହାଙ୍କ ଉପରେ ବର୍ଷ ସାରା ମା’ ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ ।
ବୃଷ : ବୃଷ ରାଶିର ଅଧିପତି ଶୁକ୍ର ଗ୍ରହ ଓ ଏହା ପୃଥିବୀ ତତ୍ତ୍ୱ ସହ ଜଡିତ। ଏହି ରାଶିର ଲୋକମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ପ୍ରତ୍ୟେକ କାମକୁ ଧୈର୍ଯ୍ୟର ସହିତ କରନ୍ତି । ସେମାନେ ସହଜରେ ହାର ମାନନ୍ତି ନାହିଁ । ନିରନ୍ତର ପରିଶ୍ରମ କରିଥାନ୍ତି। ଏହି ଗୁଣଗୁଡ଼ିକ ଦ୍ୱାରା ସେମାନେ ଜୀବନରେ ଧୀରେ-ଧୀରେ ହେଉ ପଛେ କିନ୍ତୁ ନିଶ୍ଚିତ ସଫଳତା ପାଆନ୍ତି। ମାନ୍ୟତା ଅନୁସାରେ, ମା’ ଲକ୍ଷ୍ମୀଙ୍କ କୃପା ବୃଷ ରାଶି ଉପରେ ରହେ, ଯାହା ଦ୍ବାରା ସେମାନେ ଟଙ୍କା ପଇସାର ଅଭାବ ଅସୁବିଧା ହୋଇନଥାଏ ।
କନ୍ୟା : କନ୍ୟା ରାଶି ପୃଥିବୀ ତତ୍ତ୍ୱ ସହ ଜଡିତ ଓ ଏହାକୁ ରାଶିଚକ୍ରର ଷଷ୍ଠ ରାଶି ଭାବେ ଗଣାଯାଏ। ଏହି ରାଶିର ଲୋକମାନେ ପରିଶ୍ରମୀ ଓ ଦାୟିତ୍ୱବାନ ହୋଇଥାନ୍ତି । ସେମାନେ ନିଜ କାମକୁ ନିଷ୍ଠାର ସହିତ କରନ୍ତି, ଯାହାର ଫଳରେ ଭଲ ପରିଣାମ ମିଳେ। ସେମାନେ ଟିମ ସହିତ କାମ କରିବାରେ ମଧ୍ୟ ଦକ୍ଷ ହୋଇଥାନ୍ତି। ମାନ୍ୟତା ଅନୁସାରେ, ଲକ୍ଷ୍ମୀ ସେମାନଙ୍କ ପରିଶ୍ରମର ଫଳ ନିଶ୍ଚିତ ଭାବେ ଦିଅନ୍ତି। ତେଣୁ ସେମାନଙ୍କ ଜୀବନରେ ଧନର ଅଭାବ ଦେଖାଦିଏନି ।
ତୁଳା : ତୁଳା ରାଶିର ସ୍ୱାମୀ ମଧ୍ୟ ଶୁକ୍ର ଗ୍ରହ ଓ ଏହା ବାୟୁ ତତ୍ତ୍ୱର ରାଶି। ଏହି ରାଶିର ଲୋକମାନେ ଅନ୍ୟମାନଙ୍କ ସହ ଭଲ ବ୍ୟବହାର କରନ୍ତି। ସେମାନେ ନ୍ୟାୟ ପ୍ରିୟ ଓ ପ୍ରତ୍ୟେକ କଥାକୁ ନିଜ ବୁଦ୍ଧିରେ ସମ୍ଭାଳନ୍ତି। ସେମାନଙ୍କ ମଧ୍ୟରେ କଳା ଓ ସୃଜନଶୀଳତା ମଧ୍ୟ ଦେଖିବାକୁ ମିଳିଥାଏ। କୁହାଯାଏ ଯେ, ମା’ ଲକ୍ଷ୍ମୀଙ୍କ କୃପାରୁ ସେମାନେ ଜୀବନରେ ଆଗକୁ ବଢ଼ିବା ପାଇଁ ଅନେକ ସୁଯୋଗ ପାଆନ୍ତି ।
କୁମ୍ଭ : କୁମ୍ଭ ରାଶି ବାୟୁ ତତ୍ତ୍ୱ ସହ ଜଡିତ ଓ ରାଶିଚକ୍ରର ୧୧ତମ ସ୍ଥାନରେ ଥାଏ। ଏହି ରାଶିର ଲୋକମାନେ ନିଜ ଶକ୍ତିରେ ଆଗକୁ ବଢ଼ିବାରେ ବିଶ୍ୱାସ କରନ୍ତି। ସେମାନେ ପରିଶ୍ରମୀ ହେବା ସହିତ ସମାଜ ପ୍ରତି ଦାୟିତ୍ୱ ମଧ୍ୟ ପାଳନ କରନ୍ତି। ସେମାନଙ୍କ ଚିନ୍ତା ଗଭୀର ଓ ବୁଦ୍ଧିମତ୍ତାପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ, ମା’ ଲକ୍ଷ୍ମୀଙ୍କ କୃପାରେ ସେମାନେ ନିଜ ପ୍ରୟାସର ଭଲ ଫଳ ପାଆନ୍ତି ଏବଂ ଜୀବନରେ ଆଗକୁ ବଢ଼ିବାର ସୁଯୋଗ ପାଇ ଚାଲିଥାନ୍ତି।
ମୀନ : ମୀନ ରାଶିର ସମ୍ପର୍କ ଜଳ ତତ୍ତ୍ୱ ସହ ଓ ଏହାର ସ୍ୱାମୀ ବୃହସ୍ପତି ଗ୍ରହ। ଏହି ରାଶିର ଲୋକମାନଙ୍କ ହୃଦୟ ବହୁତ ସଫା । ସେମାନେ ଅନ୍ୟମାନଙ୍କୁ ସହାୟତା କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ସବୁବେଳେ ସକାରାତ୍ମକ ଚିନ୍ତା କରନ୍ତି । ସେମାନଙ୍କ ମଧ୍ୟରେ ସୃଜନଶୀଳତା ମଧ୍ୟ ବହୁତ ଥାଏ। ମାନ୍ୟତା ଅନୁସାରେ, ସେମାନଙ୍କ ଭଲ ସ୍ୱଭାବ ଦ୍ୱାରା ମା’ ଲକ୍ଷ୍ମୀ ସେମାନଙ୍କୁ କୃପା କରନ୍ତି ଏବଂ ଜୀବନରେ ସୁଖ-ସମୃଦ୍ଧି ଭରି ଦିଅନ୍ତି ।