୧୧୦ ବର୍ଷ ପରେ ଚଳିତବର୍ଷ ଚୈତ୍ର ନବରାତ୍ରିରେ ପଡୁଛି ମହାସଂଯୋଗ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ଷରେ ୪ଟି ନବରାତ୍ରି ପାଳିତ ହୋଇଥାଏ। ଶକ୍ତି ଆରାଧନାର ମହାପର୍ବ ନବରାତ୍ରି ଚୈତ୍ର ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହେଉଛି। ଏହି ଦିନ ନୂଆ ସମ୍ବତ୍ସର ମଧ୍ୟ ଆରମ୍ଭ ହେଉଛି। ଚଳିତବର୍ଷ ନବରାତ୍ରରେ ୪ ଯୋଗର ବିଶେଷ ସଂଯୋଗ ସୃଷ୍ଟି ହୋଇଛି। ପୁରାକୁ ପୁରା ୯ ଦିନର ନବରାତ୍ର ସହିତ ମାଁଙ୍କ ଆଗମନ ନୌକାରେ ହେଉଥିବା ବେଳେ ପ୍ରସ୍ଥାନ ଶବାରୀରେ ହେବ। ଯାହା ଅତ୍ୟନ୍ତ ଶୁଭକାରୀ ବୋଲି କୁହାଯାଉଛି।

ଚୈତ୍ରମାସ ନବରାତ୍ରି ଚଳିତବର୍ଷ ୨୨ ନଭେମ୍ବର ବୁଧବାର ଆରମ୍ଭ ହୋଇଛି, ଯାହା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ସମ୍ପୂର୍ଣ୍ଣ ୯ ଦିବସୀୟ ନବରାତ୍ର। ଏଥିର ତିଥି ହ୍ରାସ ବୃଦ୍ଧି ହେଉ ନାହିଁ। ପ୍ରତିପଦା ତିଥି ୨୧ ମାର୍ଚ୍ଚ ରାତି ୧୧ଟା ୪ ମିନିଟ୍‌ରୁ ଆରମ୍ଭ ହେବ। ଏଣୁ ୨୨ମାର୍ଚ୍ଚ ସୂର୍ଯ୍ୟୋଦୟ ସହିତ କଳଶ ସ୍ଥାପନା ସାଙ୍ଗକୁ ନବରାତ୍ରି ପାଳନ ଆରମ୍ଭ ହେବ। ଚଳିତ ବର୍ଷ ମାଙ୍କ ଆଗମନ ନୌକାରେ ହେଉଥିବାରୁ ଏହା ସୁଖ ସମୃଦ୍ଧି କାରକ ସାବ୍ୟସ୍ତ ହେବ। ୯ ଦିନର ନବରାତ୍ରରେ ମାଙ୍କ ୯ଟି ସ୍ୱରୂପର ପୂଜାର୍ଚ୍ଚନା ହେବ।

ଚଳିତବର୍ଷ ନବରାତ୍ରରେ ଗ୍ରହଙ୍କ ଚଳନ ମଧ୍ୟ ହେଉଛି। ଗ୍ରହଚଳନ ଯୋଗୁ ସଂଯୋଗ ୧୧୦ ବର୍ଷ ପରେ ଦେଖିବାକୁ ମିଳିବ। ଚଳିତ ବର୍ଷ ରାଜା ବୁଧ ଓ ମନ୍ତ୍ରୀ ଶୁକ୍ର ଗ୍ରହ ହେବେ। ଏଥି ଯୋଗୁ ଶିକ୍ଷା କ୍ଷେତ୍ରରେ କ୍ରାନ୍ତି ଆସିବ। ଏହା ଛଡା ଏହି ବର୍ଷଟି ମହିଳାଙ୍କର ଉତ୍ଥାନର ବର୍ଷ ସାବ୍ୟସ୍ତ ହେବ।

SBI AD
Leave A Reply

Your email address will not be published.