ଜାଣନ୍ତୁ କେମିତି କଟିବ ଆଜିର ଦିନ
୦୪ ଜୁନ ୨୦୧୮ { ସୋମବାର }
👇👇👇👇👇👇👇👇👇
ମେଷ : କୌଣସି କାର୍ଯ୍ୟ କିମ୍ବା ପ୍ରୋଜେକ୍ଟରେ ସରକାରଙ୍କର ତରଫରୁ ଲାଭ ମିଳିବ। ଅଫିସ୍ ରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ବିଚାର-ବିମର୍ଶ ହେବ। ଅଫିସ୍ ର କାର୍ଯ୍ୟ ହେତୁ ଯାତ୍ରା କରି ପାରନ୍ତି। ମାତାଙ୍କ ସହିତ ଅଧିକ ନିକଟତର ଅନୁଭବ କରିବେ।
ବୃଷ : ବିଦେଶକୁ ଯିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ। ବିଦେଶରେ ରହୁଥିବା ସ୍ନେହୀଜନମାନଙ୍କ କିମ୍ବା ମିତ୍ରମାନଙ୍କର ସମାଚାର ମିଳିବ। ବ୍ୟାପାରିମାନଙ୍କୁ ବ୍ୟାପାରରେ ଧନ ଲାଭ ହେବ। ନୂଆ ଆୟୋଜନ ହାତକୁ ନେଇ ପାରିବେ। ଲମ୍ବା ଦୂର ଯାତ୍ରା ହେବ, ତୀର୍ଥଯାତ୍ରା କରିପାରନ୍ତି।
ମିଥୁନ : କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅତ୍ୟଧିକ ଖର୍ଚ୍ଚରେ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। ପାରିବାରିକ ସଦସ୍ୟ ଏବଂ ଅଫିସ୍ ରେ ସହକର୍ମିମାନଙ୍କ ସହିତ ମନମାଳିନ୍ୟ କିମ୍ବା ବିବାଦର ପ୍ରସଙ୍ଗ ବନିପାରେ। ଯେଉଁ କାରଣରୁ ମନ ଦୁଃଖ ହୋଇପାରେ। ଈଶ୍ଵରଙ୍କର ଆରାଧନା, ଜପ ଏବଂ ଆଧ୍ୟାତ୍ମିକତା ଆପଣଙ୍କୁ ଶାନ୍ତିର ଅନୁଭବ କରାଇବ।
କର୍କଟ : ଆଜିର ଦିନ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ଉତ୍ତମ ଆଭୂଷଣ ଏବଂ ବାହନ କିଣିବେ। ମୌଜମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ସମୟ କଟାଇବେ। ଦାମ୍ପତ୍ୟଜୀବନରେ ପ୍ରେମର ଅନୁଭୂତି ହେବ। ଭାଗିଦାରୀରେ ଲାଭ ହେବ।
ସିଂହ : ଘରେ ଶାନ୍ତିର ବାତାବରଣ ହେବ। ଦୈନିକ କାର୍ଯ୍ୟଗୁଡ଼ିକରେ ସ୍ୱଳ୍ପ ଅବରୋଧ ଆସିପାରେ। ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ମୌଜ-ମସ୍ତୀ ଏବଂ ମନୋରଞ୍ଜନର ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ହେବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ।
କନ୍ୟା : କୌଣସି କାରଣରୁ ମନରେ ଚିନ୍ତା ହୋଇପାରେ। ସନ୍ତାନ ଏବଂ ସ୍ଵାସ୍ଥ୍ୟ ବିଷୟରେ ଆପଣଙ୍କୁ ସ୍ୱଳ୍ପ ଅସୁବିଧା ହୋଇପାରେ। ପେଟ ସମ୍ବନ୍ଧୀତ ଯନ୍ତ୍ରଣାର ଅଭିଯୋଗ ରହିବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ କଠିନତା ଆସିବ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ଶେୟାର ସଟ୍ଟାରୁ ଦୂରରେ ରୁହନ୍ତୁ।
ତୁଳା : ଆଜି ଆପଣ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମାତାଙ୍କ ସହିତ ସମ୍ବନ୍ଧ ବିଗିଡ଼ି ପାରେ, ତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ। ଯାତ୍ରା ପାଇଁ ବର୍ତ୍ତମାନ ସମୟ ଅନୁକୂଳ ନୁହେଁ। ଜମି ସମ୍ପତ୍ତି ସମ୍ବନ୍ଧିତ ଚର୍ଚ୍ଚାରେ ସାବଧାନ ରହିବାର ଆବଶ୍ୟକତା ଅଛି।
ବିଚ୍ଛା : କାର୍ଯ୍ୟ ସଫଳତା, ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧି ପାଇଁ ଭଲ ଦିନ ଅଟେ। ନୂଆ କାର୍ଯ୍ୟର ପ୍ରାରମ୍ଭ ମଧ୍ୟ କରିପାରନ୍ତି। ଭାଇ-ବନ୍ଧୁମାନଙ୍କ ବ୍ୟବହାର ଆଜି ଅଧିକ ସହଯୋଗପୂର୍ଣ୍ଣ ଏବଂ ପ୍ରେମପୂର୍ଣ୍ଣ ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ମନରେ ଆନନ୍ଦ ଅନୁଭବ କରିବେ।
ଧନୁ : ପାରିବାରିକ ବାତାବରଣ କାରଣରୁ ଆପଣ ଅସୁବିଧା ଭୋଗିପାରନ୍ତି। ନିରର୍ଥକ ଧନ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ଆଜି ହିତକର ନୁହେଁ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ଟାଳିବାକୁ ପ୍ରୟାସ କରନ୍ତୁ।
ମକର : ଈଶ୍ଵରଙ୍କର ନାମ ସ୍ମରଣରେ ଆପଣଙ୍କ ଦିନର ଶୁଭାରମ୍ଭ ହେବ। ଗୃହସ୍ଥଜୀବନରେ ଆନନ୍ଦମୟ ବାତାବରଣ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ମିତ୍ର ତଥା ବନ୍ଧୁମାନଙ୍କ ତରଫରୁ ଭେଟି ମିଳିପାରେ।
କୁମ୍ଭ : ଟଙ୍କା ଦବା-ନବାରେ ସାବଧାନ ରହିବେ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ସ୍ଵାସ୍ଥ୍ୟ ମାମଲାରେ ଧ୍ୟାନ ରଖିବେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। କାହା ସହିତ ଭୁଲ ବୁଝାବଣା ହେବାରେ ବିବାଦ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଏମିତି ନ ହେଉ କି କୌଣସି ଭଲକାମ କରିବାକୁଯାଇ ବିପଦକୁ ଗଳାରେ ଲଗାଇ ବସିବେ।
ମୀନ : ଆଜି ଆପଣଙ୍କପାଇଁ ଲାଭଦାୟକ ଦିନ ଅଟେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ବୃଦ୍ଧ ବର୍ଗ ଏବଂ ମିତ୍ରମାନଙ୍କ ତରଫରୁ ଆପଣଙ୍କୁ କିଛି ଲାଭ ହେବ। ନୂଆ ମିତ୍ର ବନିବେ, ଯେଉଁମାନଙ୍କର ମିତ୍ରତା ଭବିଷ୍ୟତ ପାଇଁ ଲାଭଦାୟକ ପ୍ରମାଣିତ ହେବ। ମାଙ୍ଗଳିକ କାର୍ଯ୍ୟରେ ଯାଇପାରନ୍ତି।