ଆଜି ମେଘାଳୟ ବିଧାନସଭା ନିର୍ବାଚନ

0

ନୂଆଦିଲ୍ଲୀ : ଆଜି ମେଘାଳୟ ବିଧାନସଭା ନିର୍ବାଚନ । ସାରା ରାଜ୍ୟରେ ୯୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଶନିବାର ଏହା କହିଛନ୍ତି। ସିଇଓ ଏମ.ଆର ଖାରକୋଙ୍ଗୋର କହିଛନ୍ତି ଯେ, ଏହି ୯୦୦ଟି ମତଦାନ କେନ୍ଦ୍ରରେ ଅତୀତରେ ହିଂସା ରେକର୍ଡ ରହିଛି । ପୂର୍ବରୁ ଗାରୋ ଏବଂ ଖାସି ହିଲ୍ସ ଅଞ୍ଚଳରେ ସନ୍ତ୍ରାସବାଦୀ ଗୋଷ୍ଠୀ ସକ୍ରିୟ ଥିବାବେଳେ ପୂର୍ବ ନିର୍ବାଚନ ସମୟରେ କେତେକ ଅଘଟଣ ଘଟିଥଲା।

ରାଜ୍ୟରେ ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ନିର୍ବାଚନ ଆୟୋଗ ମେଘାଳୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏଏଫ) ର୧୧୯ କମ୍ପାନୀ ନିୟୋଜିତ କରିଛନ୍ତି। ମେଘାଳୟ ସିଇଓ ଏଫଆର ଖାର୍କୋଙ୍ଗୋର କହିଛନ୍ତି ଯେ, ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏଠାରେ ୧୧୯ଟି କମ୍ପାନୀ (କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ) ନିୟୋଜିତ କରିଛୁ।

 

SBI AD
Leave A Reply

Your email address will not be published.