ମେଷ – କାନକୁହା ବ୍ୟକ୍ତିଙ୍କ ପାଇଁ ବିଭ୍ରାନ୍ତ ହୋଇପାରନ୍ତି । ମାତ୍ର କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହେବ । ଅର୍ଥ ମିଳିବ । ବ୍ୟବସାୟରେ ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀମାନେ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ବୃଷ – ଦୂରବନ୍ଧୁଙ୍କ ସହାୟତା ପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସହଧର୍ମିଣୀଙ୍କ ସହାୟତା ମିଳିପାରେ । ବ୍ୟବସାୟରୁ ସୁଫଳ ମିଳିବ । ଅସୁସ୍ଥ ରହିବେ । ସାଠରେ ମନ ଦେବେ । ଅର୍ଥ ମିଳିବ । ବ୍ୟବସାୟୀରେ ଲାଭ ଓ ସଫଳତା ମିଳିବ । ଗୃହିଣୀମାନେ ଧର୍ମ କାର୍ଯ୍ୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ମିଥୁନ – ଧର୍ମ-କର୍ମ ସଂପାଦନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ ହୋଇପାରନ୍ତି । ସୁସ୍ଥ ରହିବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନ ଦେବେ । କର୍ମଜୀବିମାନଙ୍କୁ ସମ୍ମାନ ମିଳିବ । ବ୍ୟବସାୟରେ ବନ୍ଧୁ ସହଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀ ଅସୁସ୍ଥ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
କର୍କଟ – ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଥଣ୍ଡା ହୋଇପାରେ । ଛାତ୍ରଛାତ୍ରୀମାନେ ବିଦ୍ୟା ପ୍ରେମୀ ହେବେ । କର୍ମଜୀବିଙ୍କୁ ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟୀରେ ସଫଳତା ମିଳିବ । ଗୃହିଣୀ ଧର୍ମ କାର୍ଯ୍ୟ କରିବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ସିଂହ – ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ୍ର ବିଳମ୍ବରେ ପତ୍ନୀଙ୍କ ଅସୁସ୍ଥତା ପାଇଁ ଚିନ୍ତିତ ହୋଇପାରନ୍ତି । କିଛି ଦିନ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନ ଦେବେ ନାହିଁ । କର୍ମଜୀବିଙ୍କ ଅର୍ଥ ହାନୀ ହେବ । ବ୍ୟବସାୟୀରେ ସଫଳତା ପାଇବେ । ଗୃହିଣୀ ଅସୁସ୍ଥ ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
କନ୍ୟା – ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦେହରେ କିଛି ବି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନ ଦେବେ । କର୍ମଜୀବି ସମ୍ମାନ ଅର୍ଜନ କରିବେ । ବ୍ୟବସାୟୀରେ ଆଜି ସଫଳତା ପାଇବେ । ଗୃହିଣୀ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ତୁଳା – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁର ବିନାଶ ଘଟାଇ ଧନଭୋଗ କରିପାରନ୍ତି । ସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟା ଆରୋହଣ କରିବେ । କର୍ମଜୀବି କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ । ବ୍ୟବସାୟୀରେ ଅର୍ଥ ହାନୀ ହେବ । ଗୃହିଣୀଙ୍କୁ ସୁଖ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ବିଛା – କର୍ମ ଯୋଗୀ ହେବେ । ଆୟର ମାତ୍ରା ବୃଦ୍ଧି ପାଇବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅଧିକ ଦାୟିତ୍ୱ ବହନ କରିପାରନ୍ତି । ଛାତ୍ରଛାତ୍ରୀମାନେ ବିଦ୍ୟା ପ୍ରେମୀ ହେବେ । କର୍ମଜୀବି କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀରେ ଅର୍ଥ ପ୍ରାପ୍ତ ହେବ । ଗୃହିଣୀଙ୍କ ଦେହ ଅସୁସ୍ଥ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
ଧନୁ – ଉତ୍ସାହିତ ହୋଇ କାର୍ଯ୍ୟ ଚାଲୁ ରଖିବେ । ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇପାରେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସ୍ୱାସ୍ଥ୍ୟ କିଛି ମାତ୍ରାରେ ସୁସ୍ଥ ରହିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । କର୍ମଜୀବିିଙ୍କୁ କାର୍ଯ୍ୟରେ ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ । ବ୍ୟବସାୟୀରେ ଉନ୍ନତି ହେବ । ଗୃହିଣୀଙ୍କ ମନ ଖୁସି ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ମକର – ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଛାତ୍ରଛାତ୍ରୀମାନେ ସାଠରେ ମନ ଲଗାଇବେ । କର୍ମଜୀବିଙ୍କୁ ଅର୍ଥ ମିଳିବ । ବ୍ୟବସାୟୀରେ ସୁଯୋଗ ମିଳିବ । ଗୃହିଣୀ ସୌଭାଗ୍ୟ ବତୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
କୁମ୍ଭ – ଆରମ୍ଭ କରିଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ । ସାମାନ୍ୟ ସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । କର୍ମଜୀବିଙ୍କ ଅର୍ଥ ହାନୀ ହେବ । ବ୍ୟବସାୟୀରେ ସଫଳ ହେବେ । ଗୃହିଣୀ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ମୀନ – ଭାବିଚିନ୍ତି ଯାହା କରିବେ ସେଥିରେ ସଫଳତା ମିିଳିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁସ୍ଥ ରହିବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନଦେବେ ନାହିଁ । କର୍ମଜୀବି କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ସଫଳ ହେବେ । ଗୃହିଣୀ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।