ଗୋରୁ ବୋଝେଇ ଟ୍ରକ ସହ ପିକଅପ ଭ୍ୟାନ ଧକ୍କା : ୩ ଜଣ ମୃତ, ୩୫ରୁ ଅଧିକ ଗୋରୁ ମୃତ

ବାଲେଶ୍ୱର,୧୮ /୨ : ଜଳେଶ୍ୱର ଜାତୀୟ ରାଜପଥ ଅନ୍ତର୍ଗତ ବସ୍ତାରେ ଆଜି ଗୋରୁ ବୋଝେଇ ଟ୍ରକ ସହ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକଅପ ଭ୍ୟାନ ସହ ଧକ୍କା ପରେ ଗୋରୁ ବୋଝେଇ ଟ୍ରକ ଓଲଟି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବସ୍ତା ପୁଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

Comments are closed.