ବାଂଲାଦେଶରେ ଡଙ୍ଗା ବୁଡି ୨୬ ଜଣଙ୍କ ମୃତ୍ୟୁ

ବାଂଲାଦେଶ,୩/୫: ବାଂଲାଦେଶ ପଦ୍ମନଦୀରେ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଘଟିଛି ଏଭଳି ଅଘଟଣ । ତେବେ ଏବେବି ଆହୁରି ଅନେକ ପାଣି ଭିତରେ ନିଖୋଜ ଥିବା ସୂଚନା ରହିଛି ।

ବରିଷ୍ଠ ପୋଲିସ ଅଧିକାରୀ କହିବା ଅନୁଯାୟୀ ଆମେ ଖବର ପାଇ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲୁ । ତେବେ ଆମକୁ ୨୬ଟି ମୃତଦେହ ମିଳିଥିଲା । ଆହୁରି ଅନେକଙ୍କୁ ଖୋଜା ଚାଲିଛି । ତେବେ ୫ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରାଖାନାରେ ଭର୍ତ୍ତି କରାଯାଇଛି । ନିମ୍ନ ଆଭ୍ୟନ୍ତରୀଣ ଜଳପଥ ଓ ନିରାପତ୍ତା ମାପଦଣ୍ଡ ସତ୍ତ୍ୱେ ପ୍ରତିବର୍ଷ ବାଂଲାଦେଶ ନଦୀ ଘାଟରେ ଏଭଳି ଅଘଟଣ ଘଟୁଛି । ଶହ ଶହ ସଂଖ୍ୟାରେ ଲୋକେ ମୃତ୍ୟୁବରଣ ବି କଲେଣି ।

Comments are closed.