ଶୋଇଥିବା ବେଳେ କାନ୍ଥ ପଡି ୨ ଗୁରୁତର

ବାଲେଶ୍ୱର ୨୮।୦୫: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଦରଡା ପଞ୍ଚାୟତର ଦରଡା ଗ୍ରାମରେ ଅଘଟଣ ଘଟିଯାଇଛି । ଶୋଇ ଥିବା ଅବସ୍ଥାରେ କାନ୍ଥ ପଡ଼ି ମା ଏବଂ ଝିଅ ଗୁରୁତର। ଉଭୟ ବସ୍ତା ମେଡିକାଲ ରେ ଭର୍ତ୍ତି। ଉଭୟଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଠାରୁ ଉକ୍ତ ଅଞ୍ଚଳରେ ବର୍ଷା ,ପବନ ଲାଗି ରହିଥିଲା । ଗ୍ରାମର ଲାଲମୋହନ ବିନ୍ଧାଣୀ ତାଙ୍କର ସ୍ତ୍ରୀ ସୁମିତ୍ରା ଏବଂ ଝିଅ ଲିସା ଘରେ ଶୋଇଥିଲେ । ଭୋର ସମୟରେ ଲାଲମୋହନ ଘରୁ ବାହାରକୁ ଯାଇଥିବା ସମୟରେ ହଠାତ୍‌ ଘରର କାନ୍ଥ ପଡ଼ିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତା ରେ ମାଟି ତଳୁ ମା ଝିଅଙ୍କୁ ଉଦ୍ଧାର କରାଯାଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।