ନୂଆଦିଲ୍ଲୀ, ୨୩/୦୫ : ଅଢେଇ ଫୁଟିଆ କନିଆଁ କୁ ବାହା ହେବାକୁ ଫ୍ଲାଇଟରେ ଆସିଛନ୍ତି ୩ ଫୁଟିଆ ବର । ତେବେ ଏହି ବାହାଘରକୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସହ ବିବାହର ଭିଡିଓ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଏହି ବର କନିଆଁ । ଏହି ବିବାହ ଉତ୍ସବରେ ତିନି ଫୁଟ ଉଚ୍ଚ ବର ହେଉଛନ୍ତି ଜିତେନ୍ଦ୍ର କୁମାର ପଟେଲ। ମାଜିଲଗାଓଁ କୁଣ୍ଡ ପ୍ରତାପଗଡ଼ର ଗୋପାଳ ସିଂହ କା ପୂର୍ବା ନିବାସୀ ଶଙ୍କର ଲାଲଙ୍କ ପୁଅ ଅଟନ୍ତି । ସେ ମୁମ୍ବାଇରେ ରହି ଫଳ ବ୍ୟବସାୟ କରନ୍ତି । ସେ ନିଜର ସେ ମୁମ୍ବାଇରୁ ବିମାନ ଯୋଗେ ତାଙ୍କ ଅଢ଼େଇ ଫୁଟ ଉଚ୍ଚତା ବିଶିଷ୍ଟ କନିଆଁ ହୀରାମଣୀ ପଟେଲଙ୍କୁ ବିବାହ କରିବାକୁ ଆସିଥିଲେ । ଯିଏକି ବାହାରିଆ ଭରୱାରୀ ନିବାସୀ ଅରୁଣ କୁମାର ପଟେଲଙ୍କ ଝିଅ ଥିଲେ। ବରର ଭାଇ ରାଜେନ୍ଦ୍ର କୁମାର କହିଛନ୍ତି ଯେ ତାଙ୍କ ଭାଇ ବିବାହରେ ଯୋଗଦେବା ପାଇଁ ବିମାନ ଯୋଗେ ଆସିଥିଲେ। ବିଦ୍ୱାନ ପଣ୍ଡିତମାନଙ୍କ ଦ୍ୱାରା ସମସ୍ତ ରୀତିନୀତି ସମାପ୍ତ କରି ହିନ୍ଦୁ ଦମ୍ପତିମାନେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ଏବଂ ଶୁଭକାମନା ଜଣାଇଥିଲେ ।