ଦେଶରେ ଟିକା ନେଲେଣି ୧ କୋଟିରୁ ଉର୍ଦ୍ଧ କରୋନା ଯୋଦ୍ଧା

ନୂଆଦିଲ୍ଲୀ,୨୪ /୨ : ଦେଶବ୍ୟାପୀ କୋଭିଡ ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଟିକା ନେବା ପାଇଁ ସ୍ବାସ୍ଥ୍ୟସେବା କର୍ମଚାରୀ ଏବଂ ଆଗ ଧାଡିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଆଜି ଟିକାକରଣର ୪୦ ତମ ଦିନ । ତେବେ ଆଜି ସକାଳ ୭ଟା ସୁଦ୍ଧା ଭାରତରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୧ କୋଟି ୨୧ ଲକ୍ଷ ୬୫ ହଜାର ୫୯୮ରେ ପହଞ୍ଚିଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି, ୨,୫୪,୩୬୫ ସେସନରେ ୧,୨୧,୬୫,୫୯୮ ଟିକା ପ୍ରଦାନ କରାଯାଇଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୪,୯୮,୩୦୦, ଦ୍ୱିତୀୟ ଡୋଜ୍ ୧୩,୯୮,୪୦୦ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ଙ୍କ ପ୍ରଥମ ଡୋଜ୍ ୪୨,୬୮,୮୯୮ ରହିଛି ।

୨୦୨୧ ଫେବ୍ରୁଆରୀ ୧୩ ତାରିଖରେ କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ୨୦୨୧ ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖ ଯୋଦ୍ଧାମାନଙ୍କ ଟିକାକରଣ ଆରମ୍ଭ ହୋଇଛି ।

Comments are closed.