ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇପାରନ୍ତି ବରୁଣ ଗାନ୍ଧୀ !

0

ନୂଆଦିଲ୍ଲୀ,୯/୧ : ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇପାରନ୍ତି ସାଂସଦ ବରୁଣ ଗାନ୍ଧୀ । ଉତ୍ତରପ୍ରଦେଶ ଫିଲଭିତ୍‌ରୁ ୩ଥର ସାଂସଦ ରହିଥିବା ବରୁଣ ଅନେକ ସମୟରେ ଦଳର ନୀତି ଓ କାର୍ଯ୍ୟକୁ ଖୋଲାଖୋଲି ସମାଲୋଚନା କରିଆସୁଛନ୍ତି। ଏପରିକି ବିଭିନ୍ନ ଖବରକାଗଜରେ ମଧ୍ୟ ସେ ସରକାର ଓ ଦଳ ବିରୋଧୀ ​ଲେଖାମାନ ପ୍ରକାଶ କରିଆସୁଛନ୍ତି । ତେବେ ଗତ ମାସରେ ନିଜ ନିର୍ବାଚନମଣ୍ଡଳୀରେ ସେ ଏକ ସାଧାରଣ ସଭାରେ ଦେଇଥିବା ମନ୍ତବ୍ୟ ତାଙ୍କର ବିଜେପି ଛାଡିବାର ଚର୍ଚ୍ଚା ସୃଷ୍ଟି କରିଛି। ଏପରିକି ବିଜେପି ଛାଡି ସେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି ।

ଗତ ମାସର ଜନସଭାରେ ବରୁଣ କହିଥିଲେ ‘ମୁଁ ନେହେରୁ କିମ୍ବା କଂଗ୍ରେସର ବିରୋଧୀ ନୁହେଁ । ଆମ ରାଜନୀତିର ଲକ୍ଷ୍ୟ ହେଉଛି ଲୋକଙ୍କୁ ଏକଜୁଟ୍ କରିବା । ଲୋକଙ୍କୁ ବିଭାଜନ ଓ ଅନ୍ତର୍ଦ୍ବନ୍ଦ୍ବରୁ ଦୂରେଇ ରଖିବା।’ ବିରୋଧୀକୁ ଦମନ କରିବା ଆମର ନୀତି ନୁହେଁ । ଆମେ ଏପରି ରାଜନୀତି କରିବା ଯାହା ଲୋକଙ୍କ ଉନ୍ନତିରେ ସହାୟକ ହେବ । ତାଙ୍କର ପ୍ରତିଟି ଶବ୍ଦ ବିଜେପି ନେତୃତ୍ବଙ୍କର ନୀତି ଓ ଆଦର୍ଶର ପରିପନ୍ଥୀ ଥିଲା। ତେଣୁ ତାଙ୍କର ଏହି ମନ୍ତବ୍ୟ ଆଗାମୀ ଦିନରେ ବିଜେପି ଛାଡିବାର ଆଭାସ ହେଉଛି ।

SBI AD
Leave A Reply

Your email address will not be published.