ଏହି ବାରରେ କାଟନ୍ତୁ ନଖ : ସମସ୍ୟା ଦୂର ସହ ହେବ ଧନ ବୃଦ୍ଧି..

0

ଶାସ୍ତ୍ରରେ କେଶ ଓ ନଖକୁ ନେଇ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି। ନଖ କାଟିବାକୁ ନେଇ ଅନେକ ନିୟମ ମଧ୍ୟ ରହିଛି। ଏହି ନିୟମର ପାଳନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ନଖ କାଟିବା ସହ ଜଡିତ କେତେକ ନିୟମ ରହିଛି। ସେଥିରେ ନଖ କାଟିବାର ସଠିକ ଦିନ, ତିଥି ଓ ସମୟ ମଧ୍ୟ ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଶ ଓ ନଖ ସମ୍ବନ୍ଧ ଶନିଙ୍କ ସହିତ ରହିଛି। କେଶ ଓ ନଖକୁ ସଫା ନକରିବା ଦ୍ୱାରା ଶନିଦେବ ଅଶାନ୍ତି ହୋଇଥାଆନ୍ତି। ଅଶୁଭ ଫଳ ମିଳିଥାଏ। ଏହାସହ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ନଖକୁ ସଫା ରଖିବା ସହ ନଖ କାଟିବାର ଦିନ ଓ ସମୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନଚେତ୍‌‌ ଆର୍ଥିକ ସମସ୍ୟା ସହ ଜୀବନରେ ଅନ୍ୟ ସମସ୍ୟା ମଧ୍ୟ ଲାଗି ରହିଥାଏ।

ନଖ କାଟିବାକୁ ନେଇ ଜ୍ୟୋତିଷ ଶାସ୍ତ୍ର କେତେକ ନିୟମ ରହିଛି। ମଙ୍ଗଳବାର, ଗୁରୁବାର ଓ ଶନିବାର କଦାପି ନଖ କାଟିବା ଉଚିତ୍‌‌ ନୁହେଁ। ଏପରି କରିବା ଦ୍ୱାରା ମଙ୍ଗଳ, ଗୁରୁ ଓ ଶନି ଗ୍ରହଙ୍କ ଅଶୁଭ ଫଳ ମିଳିଥାଏ। ମଙ୍ଗଳ ଗ୍ରହ ଦୁର୍ବଳ ହେବା ଦ୍ୱାରା ବିବାହ, ଧନସମ୍ପତ୍ତିରେ ସମସ୍ୟା ହେବା ସହ ମନରୁ ସାହସ କମି ଯାଇଥାଏ। ଗୁରୁବାର ନଖ କାଟିବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିବା ସହ ଟଙ୍କା ପଇସାର ଅଭାବ ହୋଇଥାଏ। ଶନିବାର ନଖ କାଟିବା ଦ୍ୱାରା ଶନିଦେବ ଅଶାନ୍ତି ହୋଇଥାଆନ୍ତି। ଧନହାନୀ ହେବା ସହ ଅଭାବ ଲାଗି ରହିଥାଏ। ଏହାସହ ଚତୁର୍ଦଶୀ ଓ ଅମାବାସ୍ୟା ଦିନ ନଖ କିମ୍ବା କେଶ କାଟିବା ଦ୍ୱାରା ଜୀବନରେ ସବୁବେଳେ ସମସ୍ୟା ଲାଗି ରହିଥାଏ। ସେହିପରି ସୂର୍ଯ୍ୟୋସ୍ତ ପରେ ନଖ କାଟିବା ଦ୍ୱାରା ଅଭାବ ଲାଗି ରହିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଖ କାଟିବା ପାଇଁ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଦିନ ଶୁଭ ବୋଲି ମାନ୍ୟତା ରହିଛି। ଏହି ଦିନ ନଖ କାଟିବା ଦ୍ୱାରା କୌଣସି ସମସ୍ୟା ହୋଇନଥାଏ। ନଖ କାଟିବାର ସବୁଠାରୁ ଶୁଭ ଦିନ ରବିବାର। ଏହି ଦିନ ନଖ କାଟିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଟଙ୍କା ପଇସାର ଆଦୌ ଅଭାବ ହୋଇନଥାଏ। ଜୀବନରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ। ଏହାସହ ସର୍ବଦା ଦିନ ସମୟରେ ହିଁ ନଖ କାଟନ୍ତୁ।

SBI AD
Leave A Reply

Your email address will not be published.