ଭେଣ୍ଟିଲେଟରରେ ବରିଷ୍ଠ ବଲିଉଡ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ପୁଣି ଅସୁସ୍ଥ ହୋଇପଡିଛନ୍ତି। ଗତ କିଛି ଦିନ ଧରି ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ଆଜି ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଛି। ଏହି ଖବର ଆସିବା ପରେ ଫ୍ୟାନ୍ସ ମାନେ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିଛନ୍ତି।

୧୦ ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ଚଳିତବର୍ଷ ଆରମ୍ଭରେ ତାଙ୍କ ଆଖି ସର୍ଜରୀ ହୋଇଥିଲା । ହସ୍ପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏବଂ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।