ମୁମ୍ବଇ : ମହିଳାମାନେ ପୁଣି ଆଗରେ। ସାମାଜିକ ଗଣମାଧ୍ୟମ ‘ହ୍ବାଟ୍ସ ଆପ୍’ ବ୍ୟବହାର କ୍ଷେତ୍ରରେ ଭାରତରେ ମହିଳାମାନେ ଅନ୍ୟମାନଙ୍କଠାରୁ ଆଗରେ ଅଛନ୍ତି। ମୁମ୍ବଇ ବାନ୍ଦ୍ରାରେ ଥିବା ଏକ ସଂସ୍ଥା ଭାରତର କେତୋଟି ରାଜ୍ୟରେ ଏନେଇ ସର୍ବେକ୍ଷଣ କରିଥିଲା। ସାମାଜିକ ଗଣମାଧ୍ୟମ ‘ହ୍ବାଟ୍ସ ଆପ୍’କୁ କେଉଁ ବର୍ଗର ଲୋକେ ସବୁଠୁ ଅଧିକ ବ୍ୟବହାର କରୁଛନ୍ତି, ତାହା ଜାଣିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମୁମ୍ବଇ, ଦିଲ୍ଲୀ, ପୁଣେ, କଲକାତା, ବେଙ୍ଗାଲୁର, ଚେନ୍ନଇ ଅଞ୍ଚଳର ଉଭୟ ପୁରୁଷ-ମହିଳା ଏଥିରେ ସାମିଲ ଥିଲେ। ଅନୁଧ୍ୟାନରୁ ଜଣାପଡ଼ିଥିଲା, ୫୩% ମହିଳା ଓ ୪୮% ପୁରୁଷ ହ୍ବାଟ୍ସ ଆପ୍ ଚାଟିଂ ନିୟମିତ କରୁଛନ୍ତି। ଗୃହିଣୀମାନେ ହ୍ବାଟ୍ସ ଆପରେ ଦିନତମାମ ଲାଗି ରହୁଥିବା ଦେଖାଯାଉଛି। ଫୋନ୍ରେ ଗପିବା ଅପେକ୍ଷା ଚାଟିଂରେ ସେମାନେ ସହଜ ଅନୁଭବ କରୁଥିବା କହିଛନ୍ତି । ଦୋକାନ, ବଜାରରେ ଦେଖାଯାଇଛି, ମହିଳାମାନେ ଜିନିଷପତ୍ର କିଣୁଥିବା ସମୟରେ ବି ହ୍ବାଟ୍ସ ଆପ୍ରେ ଚାଟିଂ କରୁଥିବେ। କେତେଜଣ ମହିଳା ମତ ରଖିଛନ୍ତି ଯେ ଘଣ୍ଟେ କି ଦୁଇ ଘଣ୍ଟା ପାଇଁ ହ୍ବାଟ୍ସ ଆପ୍ ନ ଦେଖିଲେ, ସେମାନଙ୍କୁ ଅଥୟ ଲାଗେ ।
