ଭୁବନେଶ୍ୱର ଇଏସ୍‌ଆଇ ହସ୍ପିଟାଲରେ ବିଶ୍ୱ ରଞ୍ଜନରଶ୍ମି ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ରଞ୍ଜନରଶ୍ମି ଦିବସ ପ୍ରତି ବର୍ଷ ନଭେମ୍ବର ୮ ତାରିଖରେ ପାଳିତ ହୁଏ । ଏହି ପରିପ୍ରେକ୍ଷୀରେ ଗତକାଲି ଇଏସ୍‌ଆଇ ହସ୍ପିଟାଲ, ଭୁବନେଶ୍ୱର ରଞ୍ଜନରଶ୍ୱି ବିଭାଗରେ ଡା. ବିବେକ କୁମାର ପ୍ରହରାଜ (ରେଡିଓଲୋଜିଷ୍ଟ), ବରିଷ୍ଠ ରେଡିଓଗ୍ରାଫର ଅବିନାଶ ଗୋଚ୍ଛାୟତ, କନିଷ୍ଠ ରେଡିଓଗ୍ରାଫର ବିଜୟ କୁମାର ସାହୁ ଓ ଦେବବ୍ରତ ବିଶ୍ୱାଳଙ୍କ ସହିତ ଆମ୍ଭର ପ୍ରିୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡା. ଦିଲୀପ କୁମାର ସାହୁଙ୍କ ଉପସ୍ଥିତିରେ ୧୨୫ତମ ବିଶ୍ୱ ରଞ୍ଜନରଶ୍ମି ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଡବ୍ଲ୍ୟୁ.ସି. ରୋଣ୍ଟଜେନ ନାମରେ ମଧ୍ୟ ପ୍ରସିଦ୍ଧ, ଯିଏକି ୧୮୯୫, ନଭେମ୍ବର ୮ରେ ରଞ୍ଜନରଶ୍ମିକୁ ଉଦ୍ଭାବନ କରିଥିଲେ । ଯାହାକି ଆଜିକ ଦିନରେ ରୋଗ ନିଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଆଜି ଦିନରେ ରଞ୍ଜନରଶ୍ମି ବିଭାଗରେ ବହୁତ ଉନ୍ନତି ହେବା ସହ ଆଧୁନିକ ଟେକ୍ନୋଲୋଜି ସହାୟତାରେ ରୋଗ ନିଦାନ କରାଯାଉଛି, ଯେମିତିକି ଡିଜିଟାଲ୍ ଏକ୍ସ-ରେ, ସି.ଟି. ସ୍କାନ, ଏମ୍‌ଆର୍‌ଆଇ, ଭିଏସ୍‌ଜି, ପିଇଟି ସ୍କାନ ଆଦି ବ୍ୟବହାର କରି ବହୁତ କ୍ରିଟିକାଲ କେସ୍‌ର ନିରାକରଣ କରାଯାଇପାରୁଛି । ଏଥିପାଇଁ ଆମେ ସବୁ ଆଜିୀର ଟେକ୍ନୋଲୋଜି ଏବଂ ରେଡିଓଲୋଜିଷ୍ଟମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଲେବି ବହୁତ କମ୍ ହେବ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆମେ ସବୁ କୋଭିଡ୍‌-୧୯ ନିୟମ ଅନୁସାରେ ଏହି ଦିବସକୁ ନରାଡମ୍ବରେ ପାଳନ କରିଅଛୁ ।