ଦୁନିଆର ସବୁଠୁ ବଡ ଏବଂ ଲମ୍ବା ଗୁମ୍ଫା, ରହସ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚୟ ଅନେକ ଗୁମ୍ଫା ପରିଦର୍ଶନ କରିଥିବେ । ଭାରତରେ ଅନେକ ବିପଜ୍ଜନକ ଗୁମ୍ଫା ଅଛି, କିନ୍ତୁ ଏବେ ଜାଣନ୍ତୁ ଦୁନିଆର ସବୁଠୁ ବଡ ଏବଂ ଦୀର୍ଘତମ ଗୁମ୍ଫା ବିଷୟରେ । ଏହି ଗୁମ୍ଫା ଏତେ ବଡ ଯେ ଏହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ଏହି ଗୁମ୍ଫା ଭିତରେ ଗୁମ୍ଫାମାନଙ୍କର ଏକ ଜାଲ ଅଛି । ଆସନ୍ତୁ ଜାଣିବା ଏହି ଗୁମ୍ଫା କେଉଁଠାରେ ଅଛି ଏବଂ ଏହାର ରହସ୍ୟ କ’ଣ ?

କୁହାଯାଏ ଯେ ଭିଏତନାମର ହଙ୍ଗ ସାନ ଡୋଙ୍ଗ ନାମକ ଏହି ଗୁମ୍ଫା ହେଉଛି ବିଶ୍ୱର ସବୁଠାରୁ ବଡ ଗୁମ୍ଫା । ଏହି ଗୁମ୍ଫା ଭିଏତନାମର କ୍ୱାଙ୍ଗ-ଭିନ୍ ସ୍ଥିତ ଫାଙ୍ଗ ନା-କେ ବାଙ୍ଗ ଜାତୀୟ ଉଦ୍ୟାନରେ ଅବସ୍ଥିତ । ଏହାକୁ ଭିଏତନାମର ଗ୍ରେଟ୍ ୱାଲ୍ ମଧ୍ୟ କୁହାଯାଏ । ଏହି ଗୁମ୍ଫା ଜଙ୍ଗଲ ମଧ୍ୟରେ ଅବସ୍ଥିତ । ୯ କିଲୋମିଟର ଲମ୍ବ, ୨୦୦ ମିଟର ଚଉଡା ଏବଂ ୧୫୦ ମିଟର ଉଚ୍ଚ, ଏହି ଗୁମ୍ଫା ପରିଦର୍ଶନ କରିବା ଆପଣଙ୍କ ଜୀବନର ସବୁଠାରୁ ବଡ ରୋମାଞ୍ଚ ହୋଇପାରେ କାରଣ ଏହା କେବଳ ବଡ ଗୁମ୍ଫା ନୁହେଁ ଆଶର୍ଯ୍ୟଜନକ ମଧ୍ୟ ।

କାର୍ବନାଇଫେରସ୍ ଏବଂ ପରମିୟନ୍ ଚୂନ ପଥରରେ ନିର୍ମିତ ଏହି ଗୁମ୍ଫା ୨୦ ରୁ ୫୦ ଲକ୍ଷ ବର୍ଷ ପୁରୁଣା ଏବଂ ଏହା ମଧ୍ୟରେ ୧୫୦ ଗୁମ୍ଫାର ଏକ ଜାଲ ଅଛି । ଏହା ଭିତରେ ଏକ ଭୂତଳ ନଦୀ ଏବଂ ଏକ ଛୋଟ ଜଙ୍ଗଲ ମଧ୍ୟ ଅଛି । ଗୁମ୍ଫା ଭିତରେ ବହୁଥିବା ପବନ ଓ ଶବ୍ଦ ଗୁମ୍ଫାର ପ୍ରବେଶ ଦ୍ୱାରା ପର୍ଯ୍ୟନ୍ତ ଶୁଣାଯାଏ । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ଗୁମ୍ଫାର ନିଜସ୍ୱ ଇକୋ ସିଷ୍ଟମ ଏବଂ ଢାଞ୍ଚା ଅଛି, ଯାହା ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ଭିନ୍ନ। କୁହାଯାଏ ଗୁମ୍ଫାରେ ଉଡ଼ୁଥିବା ବିଲୁଆମାନେ ବାସ କରନ୍ତି। ଗୁମ୍ଫାରେ ବିଭିନ୍ନ ପ୍ରକାର ଅନେକ ପ୍ରାଣୀ ମଧ୍ୟ ଏଠାରେ ରୁହନ୍ତି, ତେଣୁ ପର୍ଯ୍ୟଟକମାନଙ୍କୁ ସାବଧାନର ସହ ଏଠାରେ ବୁଲିବାକୁ ପଡିଥାଏ ।

ଏହି ଗୁମ୍ଫାକୁ ୩୦ ବର୍ଷ ପୂର୍ବେ ସ୍ଥାନୀୟ ଯୁବକ ଖାନହୋ ୧୯୯୧ରେ ଆବିଷ୍କାର କରିଥିଲେ। ଆନ୍ତର୍ଜାତୀୟ ସ୍ତରରେ ଫାଙ୍ଗ ନାହା ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ପରେ ବ୍ରିଟିଶ ଗୁମ୍ଫା ଅନୁସନ୍ଧାନ ସଂଘ ଦ୍ୱାରା ୨୦୦୯ରେ ଏହି ଗୁମ୍ଫା ସ୍ୱୀକୃତ ପାଇଥିଲା । ଏହି ସଂଘ ୨୦୦୯ରେ ପ୍ରଥମ ଥର ପାଇଁ ବିଶ୍ୱକୁ ଏହି ଗୁମ୍ଫାର ଝଲକ ଦେଖେଇଥିଲା । ଅନୁସନ୍ଧାନ ସଂଘ ଗୁମ୍ଫାର ୨୦୦ ମିଟର ଉଚ୍ଚ କାନ୍ଥ ଅତିକ୍ରମ କରି ପ୍ରବେଶ କରିବାର ଦୁଇଟି ରାସ୍ତା ବାହାର କରିଥିଲେ ଏବଂ ଗୁମ୍ଫାରେ ସୂର୍ଯ୍ୟ କିରଣ ପଡୁଥିବାର ମଧ୍ୟ ଦେଖିଥିଲେ । ସୂଚନାଯୋଗ୍ୟ ଯେ ବ୍ରିଟିଶ ଗୁମ୍ଫା ଅନୁସନ୍ଧାନ ସଂଘ ସହିତ ଖାନହୋ ମଧ୍ୟ ଗୁମ୍ଫା ପରିଦର୍ଶନ କରିଥିଲେ। ଗବେଷକମାନେ ତାଙ୍କୁ କହିଥିଲେ ଯେ ଏହା ହେଉଛି ବିଶ୍ୱର ସବୁଠାରୁ ବଡ ଗୁମ୍ଫା ।

ଏହି ରହସ୍ୟମୟ ଗୁମ୍ଫା ୮ ବର୍ଷ ପୂର୍ବେ ୨୦୧୩ରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ଦୂର ଦୂରାନ୍ତରୁ ବହୁ ପର୍ଯ୍ୟଟକମାନେ ହଙ୍ଗ ସାନ ଡୋଙ୍ଗ ଗୁମ୍ଫା ଦେଖିବାକୁ ଆସନ୍ତି । ଏହି ଗୁମ୍ଫା ଅକ୍ସାଲିସ୍ ଟ୍ରାଭେଲ୍ କମ୍ପାନୀ ଦ୍ୱାରା ପରିଚାଳିତ ।

Comments are closed.