ଭାରତରେ ଯୋଗ ଶରୀରରକୁ ସୁସ୍ଥ ରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯୋଗର ନିୟମିତ ଅଭ୍ୟାସ ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ହୋଇଥାଏ । ଏହା କେବଳ ଶାରୀରିକ ବ୍ୟାୟାମ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ମନ, ଶରୀର ଏବଂ ଆତ୍ମା ମଧ୍ୟରେ ଏକ ସନ୍ତୁଳନ ସ୍ଥାପନ କରେ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଯୋଗକୁ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରେ । ଅନେକ ବ୍ୟକ୍ତି ନିଜର ଯୋଗାଭ୍ୟାସକୁ ଶତାବ୍ଦୀ ଧରି ବଜାୟ ରଖିଛନ୍ତି । କିଛି ଲୋକ ନିଜର ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଏହି ଯୋଗାନାସ ଅନ୍ତର୍ଭୁକ୍ତ କରିଥାଆନ୍ତି ଶାରିରୀକ ଲାଭ ପାଇବା ପାଇଁ । ଯୋଗ କେବଳ ମାନସିକ ସ୍ତରରେ ନୁହେଁ ଶାରିରୀକ ଶାନ୍ତି ମଧ୍ୟ ଦେଇଥାଏ । ଯୋଗାସନର ଅଭ୍ୟାସ ମଧ୍ୟ ଅନେକ ପ୍ରକାରର ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟାରେ ଉପକାରୀ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ଯୋଗ କରିବା ଦ୍ୱାରା ଆପଣ ନିଜେ ନିଜ ଜୀବନର ନିଷ୍ପତ୍ତି ନେବା ପାଇଁ ମଧ୍ୟ ସକ୍ଷମ ହୋଇଥାଆନ୍ତି ।
ବର୍ତ୍ତମାନ ଅନେକ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି । ଯାହାର ମୁଖ୍ୟ କାରଣ ହେଉଛି ଆଜିକାଲିର ଲାଇଫ ଷ୍ଟାଇଲ । କିଛି ଲୋକ ଏତେ ମାତ୍ରାରେ ଆଧୁନିକ ଜୀବନ ଶୈଳୀ ପ୍ରତି ପ୍ରଭାବିତ ହୋଇଛନ୍ତି ଯେ ସେମାନେ ପ୍ରାକୃତିକ ପରିବେଶ ଠାରୁ ମଧ୍ୟ ଦୂରେଇ ରହିବା ପଛାଉ ନାହାଁନ୍ତି । ତେବେ ଯୋଗ କରିବାର ଅଭ୍ୟାସ ଆପଣଙ୍କୁ ଆକ୍ଟିଭ ରଖିଥାଏ ଏବଂ ସମସ୍ତ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଯୋଗ କରୁଥିବା ଲୋକଙ୍କ ମଧ୍ୟରେ ଡାଇବେଟିସ ଏବଂ ଅବେସିଟି ହେବାର ଆଶଙ୍କା ମଧ୍ୟ କମ୍ ଥାଏ । ଏହା ମସ୍ତିଷ୍କରେ ସେରୋଟୋନିନ୍ ଏବଂ ଡୋପାମିନ୍ ଭଳି ଭଲ ହରମୋନ ବୃଦ୍ଧି କରେ ଯାହା ଜଣେ ବ୍ୟକ୍ତିକୁ ଅଧିକ ସକାରାତ୍ମକ ଏବଂ ସନ୍ତୁଳିତ ଅନୁଭବ କରାଏ । ଏହି କ୍ରମରେ, ବିଶ୍ୱ ସ୍ତରରେ ଯୋଗ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଯୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ପାଳନ କରାଯାଏ ।
ସାତ ସମୁଦ୍ର ଡେଇଁ ସାରା ବିଶ୍ୱକୁ ବ୍ୟାପ୍ତ ହୋଇଛି ଭାରତର ଏହି ପାରମ୍ପରିକ ବିଦ୍ୟା । ଶରୀର ଓ ମନକୁ ସୁସ୍ଥ ଏବଂ ନିରୋଗ ରଖିବାର ଏହି ମାଧ୍ୟମକୁ ୨୦୧୫ରେ ମିଳିଥିଲା ଆନ୍ତର୍ଜାତିକ ସ୍ୱୀକୃତି । ନିୟମିତ ଯୋଗାଭ୍ୟାସ ସହିତ ଏହା କେବଳ ସ୍ୱାସ୍ଥ୍ୟକୁ ଉନ୍ନତ କରେ ନାହିଁ ବରଂ ଜୀବନରେ ସନ୍ତୁଳନ ଏବଂ ଶାନ୍ତି ମଧ୍ୟ ଆଣିଥାଏ । ତେଣୁ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ହେଲଦି ଡାଏଟ ସହିତ କିଛି ସମୟ ଯୋଗ କରିବା ନିହାତି ଜରୁରୀ ।