ଅଜବ ଅଳଙ୍କାର

0

ସବୁ ମହିଳାମାନଙ୍କୁ ଗହଣା ବେଶ୍‌ ପସନ୍ଦ ଥାଏ । ଆପଣ ସୁନା, ରୂପା, ହିରା ଓ ମୋତିର ଝୁମୁକା ନିଶ୍ଚିତ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସୋସାଲ ମିଡିଆରେ କିଛି ଏମିତି ଗହଣା ଟ୍ରେଣ୍ଡ କରୁଛି ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଗହଣା କେବଳ ମହିଳା ମାନଙ୍କୁ ଆକର୍ଷଣୀୟ କରୁଛି ତାନୁହେଁ ପୁରୁଷମାନେ ମଧ୍ୟ ଏହି ଗହଣାକୁ ବହୁମାତ୍ରରେ ପସନ୍ଦ କରୁଛନ୍ତି । ସୂଚନାକୁତାବକ ନିଉୟର୍କରେ ଏକ ଫ୍ୟାଶନ୍‌ ୱିକ୍‌ ଆୟୋଜନ କରାଯାଇଥିଲା । ସେଠାରେ ଏମିତି କିଛି ଅଳଙ୍କାର ପଦର୍ଶନ କରାଯାଇଥିଲା ଯାହାକୁ ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଗହଣାର ନାମ ‘ସ୍କିନ୍‌ ଜୁଏଲାରୀ’ । ଏହାପରେ ଏହି ଜୁଏଲାରୀ ସୋସାଲ ମିଡିଆରେ ସେୟାର କରିବା ପରେ ବର୍ତ୍ତମାନ ଏହି ଜୁଏଲାରୀ ସବୁଠାରୁ ଅଧିକ ଟ୍ରେଣ୍ଡ୍‌ରେ ରହିଛି ।

Leave A Reply

Your email address will not be published.