ଯଦି ଆପଣ ସମୁଦ୍ରରେ ବୁଲିବାକୁ ଭଲ ପାଆନ୍ତି ତେବେ ଅଣ୍ଡରୱାଟର ମୁ୍ୟଜିୟମ୍ ନିହାତି ଯିବା ଆବଶ୍ୟକ । ମ୍ୟାକ୍ସିକୋର ମନୁ୍ୟମେଣ୍ଟାଲ ଅଣ୍ଡରୱାଟର କଣ୍ଟେମ୍ପ୍ରାରୀ ମୁ୍ୟଜିୟମ୍ ଅଫ୍ ଆର୍ଟ ଖୁବ୍ ରୋମାଞ୍ଚକର ରହିବ । ସମୁଦ୍ରରେ ୨୮ ଫୁଟ୍ ଗଭୀରରେ ୫୦୦ ମୂର୍ତ୍ତିକଳାର ନିଆରା ଆନନ୍ଦ ଉପଲବ୍ଧୀ କରାଯାଇପାରିବ । ମ୍ୟାକ୍ସିକୋର ଉପସାଗର ନିକଟସ୍ଥ ଇସ୍ଲା ଆଇଲ୍ୟାଣ୍ଡ କୂଳରେ ରହିଛି ଏହି ଭୂତଳ ମୁ୍ୟଜିୟମ୍ । ଏହି ମୁ୍ୟଜିୟମ୍ର କାର୍ଯ୍ୟ ୨୦୦୯ରୁ ଆରମ୍ଭ ହୋଇଯାଇଛି । ଯାହାର ମୁଖ୍ୟ ଲକ୍ଷ୍ୟ ମୋସେଆମେରିକୀୟ ଶୈଳ ଓ ସାମୁଦ୍ରିକ ଜୀବଙ୍କ ରକ୍ଷା କରିବା । ଯାହାଦ୍ୱାରା ସମୁଦ୍ରୀ କୋରଲ(କଲୋନୀ
କରି ରହୁଥିବା ସାମୁଦ୍ରିକ ଜୀବ)ଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେଠାରେ ଡ୍ରାଇଭ୍ କରି ପହଞ୍ଚୁଥିବା ପର୍ଯ୍ୟଟକଙ୍କୁ କଳାମୂର୍ତ୍ତି ଖୁବ୍ ଆକର୍ଷିତ କରିଥାଏ । ମୁ୍ୟଜିୟମ୍ରେ ଏକ ଅଡିଓ ସିଷ୍ଟମ ମଧ୍ୟ ରହିଛି ଯାହାଦ୍ୱାରା ସାମୁଦ୍ରିକ ଜୀବଙ୍କ ଉପରେ ନଜର ରଖାଯାଇଥାଏ । ସମୁଦ୍ର ଭୂତଳେ ଏକ ହାଇଡ୍ରୋଫୋନ୍ ମଧ୍ୟ ଥାଏ ଯାହାକୁ ‘ଦି ଇୟର’ କୁହାଯାଏ । ଯେଉଁଠାରୁ ଶବ୍ଦ ଜାତ ହୋଇଥାଏ । ମୁ୍ୟଜିୟମ୍ ବର୍ଷ ତମାମ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ଥାଏ । କିନ୍ତୁ ଏହାର ଦୁଇଘଣ୍ଟା ପାଇଁ ଟିକଟର ମୂଲ୍ୟ ୪୨୮୨ ଟଙ୍କା । ଏହି ମୁ୍ୟଜିୟମ୍ର ସଂସ୍ଥାପକ ରୋବର୍ଟ ଆବ୍ରାହମ୍ଙ୍କ ମତରେ, ଏହି କଳାମୂର୍ତ୍ତିକୁ ଏପରି ପ୍ରସ୍ତୁତ କରାଯାଇଛି ଯାହା ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବା ସହ ସାମୁଦ୍ରିକ ଜୀବଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବ । ୬ କାରିଗରଙ୍କ ଦ୍ୱାରା ଏହି କଳାମୂର୍ତ୍ତିକୁ ନିର୍ମାଣ କରାଯାଇଛି, ଯାହାକୁ ‘ଆର୍ଟ ଅଫ୍ ଫଞ୍ଜର୍ଭେସନ୍’ କୁହାଯାଉଛି ।
Prev Post
Next Post