ଭୁବନେଶ୍ୱର, ୨୪/୧୧: ରାଜ୍ୟରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଣ୍ଠି କେନ୍ଦ୍ର ସରକାର କାଟ କରିବା ପ୍ରତିବାଦରେ ଶନିବାର ଦିନ ବିଜୁ ଜନତା ଦଳ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନରେ ଧାରଣ ଦେଇଛି ।
ଏ ସମ୍ପର୍କରେ ଅର୍ଥ ମନ୍ତ୍ରୀ ବେହେରା କହିଛନ୍ତି, ୨ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରି ରାଜ୍ୟ ଉପରେ ଏବେ ଅତିରିକ୍ତ ବୋଝ ଲଦି ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ୯୦% ଛାତ୍ରବୃତ୍ତି ଦେଉଥିବା ବେଳେ ଏବେ ଏହାକୁ ୭୦% କରି ଦେଇଛନ୍ତି ବୋଲି ଅଭିଯୋଗ କରାଯାଇଯାଇଛି। ସେହିପରି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୭ ତାରିଖରେ ଏନେଇ ଏକ ପତ୍ର କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥୱାର ଚାନ୍ଦ ଗେହଲଟଙ୍କୁ ପଠାଇଥିଲେ। ଶନିବାର ବିଜେଡିର ଏକ ପ୍ରତିନିଧି ଦଳ ଏ ସମ୍ପର୍କିତ ଏକ ଦାବିପତ୍ର ରାଜ୍ୟପାଳଙ୍କଜରିଆରେ ରାଷ୍ଟ୍ରପତିଙ୍କ ଉଧ୍ୟେଶ ରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।