ଅମରନାଥ ଯାତ୍ରା ପରେ ଜାମ୍ମୁ-କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ

0

ନୂଆଦିଲ୍ଲୀ,୪/୬: ଲୋକସଭା ନିର୍ବାଚନ ପରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଅମରନାଥ ଯାତ୍ରା ପରେ ହେବ। ମଙ୍ଗଳବାର ଏହା ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହେବ। ଏହି ଯାତ୍ରା ୪୬ ଦିନ ଧରି ଚାଲିବ। ଅମରନାଥ ଯାତ୍ରା ଅଗଷ୍ଟ ୧୫ରେ ଶେଷ ହେବ। ନିର୍ବାଚନ ଆୟୋଗ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ସମସ୍ତ ପକ୍ଷଙ୍କ ସହ ଆଲୋଚନା ପରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ।

ନିର୍ବାଚନ ଆୟୋଗର ସଚିବ ପବନ ଦିଓ୍ଵାନ କହିଛନ୍ତି ଯେ, ନିର୍ବାଚନ ଆୟୋଗ ସମ୍ବିଧାନର ଧାରା ୩୨୪ ଓ ଅନ୍ୟ କାନୁନକୁ ଧ୍ୟାନରେ ରଖି ଜାମ୍ମୁ-କାଶ୍ମୀରରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ କରାଯିବ। ସେ ପର୍ୟ୍ୟ ନ୍ତ ନିର୍ବାଚନ ଆୟୋଗ ଜାମ୍ମୁ-କାଶ୍ମୀରରେ କ୍ରମାଗତ ସ୍ଥିତିର ସମୀକ୍ଷା କରିବେ। ଏଥିପାଇଁ ସମସ୍ତ ପକ୍ଷଙ୍କଠୁ ସୂଚନା ନିଆଯିବ ଏବଂ ଏହାକୁ ଧ୍ୟାନରେ ରଖି ଅମରନାଥ ଯାତ୍ରା ପରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। କୁହାଯାଉଛି ଯେ, ଅକ୍ଟୋବର-ନଭେମ୍ବରରେ ଏହି ଘାଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ।

ଉଲ୍ଲେଖଯୋଗ୍ୟ, ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଗତ ୨୦୧୪ ନଭେମ୍ଵରରେ ହୋଇଥିଲା। ଏହି ନିର୍ବାଚନ ନଭେମ୍ଵର ୨୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ନିର୍ବାଚନର ଫଳାଫଳ ୨୦୧୪ ଡିସେମ୍ବର ୨୩ରେ ଘୋଷଣା ହୋଇଥିଲା।

Leave A Reply

Your email address will not be published.