ନୂଆଦିଲ୍ଲୀ,୨୪/୧୨: ନୂଆ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ପୃଥକ ପୃଥକ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଥିବା ଧୋନୀଙ୍କୁ ଦିନିକିଆ ଓ ଟି ୨୦ ଦଳରେ ସାମିଲ କରାଯାଇଛି। ଧୋନୀଙ୍କ ବ୍ୟତୀତ ଏସିଆ କପରେ ଆହତ ହେବା କାରଣରୁ ଦଳରୁ ବାହାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ସାମି ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପନ୍ତଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଥିବା ବେଳେ ଦିନେଶ କାର୍ତ୍ତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ଜାନୁଆରୀ ୧୨ରୁ ତିନୋଟି ଦିନିକିଆ ସିରିଜ୍ ଖେଳିବାର ଅଛି। ଏହି ଗସ୍ତ ପରେ ଭାରତ ଜାନୁଆରୀ ୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ସିରିଜ୍ ଖେଳିବ।
ଚୟନକର୍ତ୍ତା ଦିନିକିଆ ସିରିଜ୍ ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳା ଯିବାକୁ ଥିବା ଟି ୨୦ ମ୍ୟାଚ୍ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରିଛନ୍ତି। ଟି -୨୦ ଦଳରେ ଧୋନୀଙ୍କ ସହ ଋଷଭ ପନ୍ତଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି। ଏହା ବ୍ୟତୀତ କୃଣାଲ ପାଣ୍ଡ୍ୟା ମଧ୍ୟ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳ :-
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, ଦିନେଶ କାର୍ତ୍ତିକ, କେଦାର ଯାଧବ, ଏମଏସ ଧୋନୀ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡ଼େଜା, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମ୍ମଦ, ମହମ୍ମଦ ସାମି
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ :-
ବିରାଟ କୋହଲି(ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ଵନ, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, କେଦାର ଯାଧବ, ଏମଏସ ଧୋନୀ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମ୍ମଦ।
ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଜାନୁଆରୀ ୧୨, ଜାନୁଆରୀ ୧୫ରେ ଆଡିଲେଡ ଓ ଜାନୁଆରୀ ୧୮ରେ ଆଡିଲେଡରେ ଭାରତ ଦିନିକିଆ ମ୍ୟାଚ୍ ଖେଳିବ। ଏହି ଗସ୍ତ ପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏଠାରେ ଦଳ ଜାନୁଆରୀ ୨୩, ୨୬, ୨୮, ୩୧ ଓ ଫେବୃଆରୀ ୩ରେ ଦଳ ଦିନିକିଆ ମ୍ୟାଚ୍ ଖେଳିବ। ଏହା ସହିତ ଫେବୃଆରୀ ୬, ୮ ଓ ୧୦ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ।