ଗୋଆ, ୧/୧ : ଦୀର୍ଘଦିନ ଧରି ବ୍ୟାଧିଗ୍ରସ୍ତ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ନୂଆ ବର୍ଷ ଅବସରରେ ରାଜ୍ୟ ସଚିବାଳୟ ଆସିଛନ୍ତି । ପାରିକର ସଚିବାଳୟ ପହଁଚିବା ପରେ ମନ୍ତ୍ରିମଣ୍ଡଳର ସଦସ୍ୟ, ଦଳୀୟ କର୍ମୀ ଏବଂ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି । ଦୀର୍ଘ ୧୧ ମାସ ପରେ ପାରିକର ସଚିବାଳୟ ଆସିଛନ୍ତି । ପୂର୍ବ ରକ୍ଷାମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ପାରିକର ଦୀର୍ଘ ଦିନ ହେବ ପାନ୍କ୍ରିୟାସ୍ କର୍କଟରେ ପୀଡ଼ିତ ହୋଇ ନୂଆଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଗତ ଫେବୃଆରୀରୁ ଚିକତ୍ସିତ ହେଉଥିଲେ । ତେବେ ଗତ ଅକେଫାବର ମାସରୁ ଶ୍ରୀ ପାରିକର ଗୋଆ ଫେରି ଯାଇ ନିଜ ବସଭବନରେ ରହୁଥିଲେ ମଧ୍ୟ ସଚିବାଳୟକୁ ଯାଉ ନ ଥିଲେ । ତେବେ ଏହା ପୂର୍ବରୁ ମଧ୍ୟ ପାରିକରଙ୍କ ଏପରି କିଛି ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଅସୁସ୍ଥ ଅବସ୍ଥାରେ ମଧ୍ୟ କାର୍ଯ୍ୟ କରୁଥିବା ନଜର ଆସିଥିଲେ । ତାଙ୍କ ନାକରେ ଶ୍ୱାସନଳୀ ଲାଗିଥିବା ଅବସ୍ଥାରେ ଏକ ନଦୀବନ୍ଧର କାର୍ଯ୍ୟ ଅନୁଧ୍ୟାନ ପାଇଁ ପାରିକର ଆସିଥିଲେ । ସେ ସମୟର ଫଟୋ ସୋସାଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।