ଆନ୍ଧ୍ରମୁହା ‘ପେତାଇ’, ଓଡ଼ିଶାରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର, ୧୭/୧୨: ସାମୁଦ୍ରିକ ଝଡ଼ ‘ପେତାଇ’ ଅପେକ୍ଷାକୃତ ଦୁର୍ବଳ ହୋଇ ଆନ୍ଧ୍ରମୁହæô ହେଉଥିବା ବେଳେ ସ୍ଥଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବ କମିଯାଇଥିବ ବୋଲି ଅନୁମାନ କରାଯାଉଛି । ତେବେ ଆନ୍ଧ୍ରରେ ଏହାର ପ୍ରଭାବ ଅପେକ୍ଷାକୃତ ରହିବ ବୋଲି କୁହାଯାଉଥିବା ବେଳେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ଏବେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇ ଆଜି ଅପରାହ@ରେ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ୍‌ ଓ କାକିନାଡ଼ା ମଝିରେ ‘ପେତାଇ’ ସ୍ଥଳଭାଗ ଛୁଇଁବ ।
ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଘଣcା ପ୍ରତି ୭୦ରୁ ୯୦ କିଲୋମିଟର ରହିବଛ ଏହାର ପ୍ରଭାବରେ ଉପକୂଳ ଆନ୍ଧ୍ରରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼, ତାମିଲନାଡୁର ଉତ୍ତର ଭାଗ ଏବଂ ପୁଡୁଚେରୀର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ସମେତ ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.