ଆସନ୍ତାକାଲି ଦ୍ଵିତୀୟ ଟି-୨୦: ମେଲବର୍ଣ୍ଣରେ ଭାରତର ପଲ୍ଲା ଭାରି

0

ମେଲବର୍ଣ୍ଣ,୨୨/୧୧: ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମୁକାବିଲା ଖେଳିବା ପାଇଁ ମେଲବର୍ଣ୍ଣ ପହଞ୍ଚିଛି। ଉଭୟ ଦଳ ମଧ୍ୟରେ ଦ୍ଵିତୀୟ ମୁକାବିଲା ଶୁକ୍ରବାର ଖେଳାଯିବ। ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଦଳକୁ ଏଠାରେ ଯେ କୌଣସି ପରିସ୍ଥିତିରେ ବିଜୟ ହାସଲ କରିବାକୁ ପଡ଼ିବ। ଏହି ମ୍ୟାଚ୍ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଦଳରେ ପରିବର୍ତ୍ତନ ଉପରେ ବିଚାର କରିପାରେ। ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ନ ସାଢେ ୧ଟାରେ ମ୍ୟାଚ୍ ଆରମ୍ଭ ହେବ।

ମେଲବର୍ଣ୍ଣ ମଇଦାନର ରେକର୍ଡ ଉପରେ ନଜର ପକାଇଲେ ଭାରତୀୟ ଦଳର ମନୋବୈଜ୍ଞାନିକ ରୂପେ ଆଗୁଆ ରହିବା ସହିତ ଦଳର ପଲ୍ଲା ମଧ୍ୟ ଭାରି ରହିଛି। ଏଠାରେ ଭାରତ ମୋଟ୍ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛି। ଏଥିରୁ ଦଳ ଦୁଇଟିରେ ବିଜୟୀ ହୋଇଛି। ଭାରତ ପାଇଁ ଦ୍ଵିତୀୟ ସକରାତ୍ମକ କଥା ଏହା ଯେ ଏଠାରେ ଖେଳିଥିବା ଶେଷ ମୁକାବିଲାରେ ଦଳ ବିୟଜୀ ହୋଇଥିଲା। ଉକ୍ତ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ମାରିଥିଲେ।

Leave A Reply

Your email address will not be published.