‘ଇଣ୍ଡିଆନ୍‌ ଆଇଡଲ୍‌’ ଜିଣିଲେ ସଲ୍‌ମନ୍‌

0

ମୁମ୍ବାଇ, ୨୪/୧୨: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ରେ ବାଜିମାତ୍‌ କରିଛନ୍ତି ହରିଆଣାର ସଲ୍‌ମାନ ଅଲ୍ଲୀ । ଫାଇନାଲ୍‌କୁ ନୀତିନ କୁମାର, ସଲ୍‌ମାନ ଅଲ୍ଲୀ, ଅଙ୍କୁଶ୍‌ ଭରଦ୍ୱାଜ୍‌, ନିଲଞ୍ଜନା ରାୟ ଓ ବିଭୋର ପରାଶର ଯାଇଥିବା ବେଳେ ଟପ୍‌-୨ରେ ପହଞ୍ଚିଥିଲେ ଅଙ୍କୁଶ ଭରଦ୍ୱାଜ୍‌ ଓ ସଲ୍‌ମାନ ଅଲ୍ଲୀ । ଶେଷରେ ୨ କୋଟି ଭୋଟ୍‌ ପାଇ ବାଜି ମାରି ନେଇଥିଲେ ସଲ୍‌ମାନ । ପୁରସ୍କାର ସ୍ୱରୂପ ତାଙ୍କୁ ’ଇଣ୍ଡିଆନ୍‌ ଆଇଡଲ୍‌’ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଓ ଏକ କାର ପ୍ରଦାନ କରାଯାଇଛି । ଗ୍ରାଣ୍ଡ୍‌ ଫିନାଲେର ଅତିଥି ସାଜିଥିଲେ ଶାହାରୁଖ୍‌ ଖାନ୍‌, କଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା । ଜୁଲାଇ ୨୯ରୁ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.