ଏପରି ଦୂର କରନ୍ତୁ ଆଖିତଳେ ପଡୁଥିବା କଳା ଦାଗ

0

ଶୀତ ଦିନେ ତ୍ୱଚା ଶୁଷ୍କ ହେବା ସହ ଆଖି ତଳ କଳାଦାଗ ଅଧିକ ଗା ହେଇଯାଏ । ଏଥିରୁ ବର୍ତ୍ତିବା ନିମନ୍ତେ କେତେକ ସରଳ ତଥା ଘରୋଇ ଉପଚାର କଲେ ଆଖି ତଳ କଳା ଦାଗ ଦୂର ହୋଇପାରିବ ।
* ନିୟମିତ ଭାବେ ଦିନକୁ ୫-୭ ଥର ଥଣ୍ଡା ପାଣିରେ ଆଖି ଓ ଆଖି ଚାରିପାଖରେ ଛିଟା ମାରନ୍ତୁ । ବରଫ ଘଷିଲେ ମଧ୍ୟ ଭଲ କି;ୁ ଶୀତ ଋତୁରେ ଏହି କାରଣରୁ ଥଣ୍ଡା ଧରିବାର ଭୟ ଥାଏ ।
* ପ୍ରର୍ଯ୍ୟାପ୍ତ ପରିମାଣର ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜି ନଥାଏ ।
* ଘରୁ ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍‌ସ୍କ୍ରିନ୍‌ ଲଗାଇ ତାହାକୁ ଭଲଭାବେ ମାଲିସ୍‌ କରିବା ଉଚିତ୍‌ ।
* ଆଖିତଳ କଳାଦଗ ହେଉଥିଲେ କାଜଲ ନଲଗାଇବା ଉଚିତ୍‌ ।
* ଆଳୁ ରସକୁ ଦିନକୁ ୨ଥର କଳାଦଗରେ ଲଗାଇଲେ ତାହା ଦୂର ହୋଇଥାଏ ।
* ବିଶେଷଜ୍ଞଙ୍କ ମତରେ ଶରୀରରେ ଜଳର ପରିମାଣ କମ୍‌ ହେବା କାରଣରୁ ହିଁ କଳାଦାଗ ହୋଇଥାଏ । ପ୍ରସବ ପରେ ମହିଳାମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

Leave A Reply

Your email address will not be published.