ଏଲ୍‌ପିଜି ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହେଲା

0

ନୂଆଦିଲ୍ଲୀ,୧/୭: ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି। ଜୁଲାଇ ପହିଲାରୁ ଏହା ଲାଗୁ ହୋଇଯିବ। ଫଳରେ ଦିଲ୍ଲୀରେ ଘରୋଇ ବ୍ୟବହାର ହେଉଥିବା ଅଣସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୬୩୭ ଟଙ୍କା ହେବ। ଇଣ୍ଡିଆନ ଅଏଲ କର୍ପୋରେଶନ ପକ୍ଷରୁ ରବିବାର ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଦର ହ୍ରାସ ପାଇବା ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟରେ ସ୍ଥିରତା କାରଣରୁ ବିନା ସବ୍‌ସିଡିର ଏଲ୍‌ପିଜି ଦର ହ୍ରାସ ପାଇଛି।

Leave A Reply

Your email address will not be published.